ରଣକ୍ଷେତ୍ର ପାଲଟିଲା ବିଜେବି କଲେଜ ହଷ୍ଟେଲ, ୨୫ ଆହତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ରଣକ୍ଷେତ୍ର ପାଲଟିଲା ଭୁବନେଶ୍ବର ବିଜେବି କଲେଜ ହଷ୍ଟେଲ। ଅଶୋକ-ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବୋତଲ, ଠେଙ୍ଗା ଓ ପଥରରେ ଆକ୍ରମଣ ହୋଇ ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତରାତିରେ ଅଶୋକ ହଷ୍ଟେଲରେ ଫ୍ୟାରୱେଲ ପାର୍ଟି ଚାଲିଥିଲା। ରାତି ୧୦ଟା ପରେ ଜୋରରେ ଗୀତ ବଜାକୁ ବିରୋଧ କରିଥିଲେ ଆମ୍ବେଦକର ହଷ୍ଟେଲ ଛାତ୍ର। ଏହା ପରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।

powered by social2s