କଟକ : ଅନୁବାଦ କର୍ମ ଏକ ସ୍ବତନ୍ତ୍ର ସାରସ୍ବତ କଳା। ଭାବର ଅବିକଳ ପ୍ରତିଫଳନ ହିଁ ସଫଳ ଅନୁବାଦ ସାହିତ୍ୟ । ଅନୁବାଦ ଦ୍ଵାରା ସାହିତ୍ୟ ଅଧିକ ପ୍ରସାରିତ ହୁଏ । ମଙ୍ଗଳବାର ସନ୍ଧ୍ୟାରେ ସାରଳା ଭବନରେ ଛବିରାଣୀ ପତିଙ୍କର ଦୁଇଟି ଅନୁବାଦ ପୁସ୍ତକର ଲୋକାର୍ପଣ ଉତ୍ସବରେ ମଞ୍ଚାସୀନ ଅତିଥିମାନେ ଏଭଳି ମତପ୍ରକାଶ କରିଛନ୍ତି । ଉତ୍କଳ ସାହିତ୍ୟ ସମାଜର ସଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଓ ସଭାପତି ପ୍ର. ଇ. ପ୍ରଭାକର ସ୍ଵାଇଁ ମୁଖ୍ୟ ଅତିଥି, ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ତରୁଣ କୁମାର ସାହୁ ବରେଣ୍ୟ ଅତିଥି ଓ ପ୍ରାକ୍ତନ ପ୍ରଶାସକ ତଥା ବିଶିଷ୍ଟ ସାହିତ୍ୟିକ ଧନଞ୍ଜୟ ସ୍ଵାଇଁ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଅନୁବାଦିକା ଛବିରାଣୀ ପତି ଅନୁବାଦକୀୟ ଓ ପ୍ରକାଶକ ତାରିଣୀ ପ୍ରସାଦ ମହାନ୍ତି ପ୍ରକାଶକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। କଳାକାର ଗୁରୁପ୍ରସାଦ ରଥ ବେଦପାଠ, ଶିକ୍ଷାବିତ୍ କ୍ଷୀରୋଦ କୁମାର ସାହୁ ସ୍ଵାଗତ ଭାଷଣ ଓ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ଵାଳ ଅତିଥି ପରିଚୟ ଦେଇଥିଲେ । ଲେଖକ ପ୍ରମୋଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସୁରେଶ ଦାଶ, ନିରଞ୍ଜନ ପତି, ପୀତାମ୍ବର ମହାପାତ୍ର, ବ୍ରହ୍ମାନନ୍ଦ ମହାନ୍ତି, ହେମନ୍ତ କୁମାର ନାୟକ, ବୈଜୟନ୍ତିମାଳା ଶତପଥୀ, ଗୀତାଞ୍ଜଳି ପୃଷ୍ଟି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।
ଛବିରାଣୀ ପତିଙ୍କ ଦୁଇଟି ଅନୁବାଦ ପୁସ୍ତକ ଲୋକାର୍ପିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

