କଟକ: - ଲେଖକ ଓ ପାଠକ ସବୁବେଳେ ଏକାଠି ବାଟ ଚାଲିଥାନ୍ତି । ବହିଟିଏ ଜୀବନକୁ ଗଢିଥାଏ ଓ ଜୀବନକୁ ମାର୍ଗଦର୍ଶନ ଦେଇଥାଏ ବୋଲି ବାଲିଯାତ୍ରା ପଡିଆରେ ଆୟୋଜିତ ଜିଲ୍ଲସ୍ତରୀୟ ପୁସ୍ତକ ମେଳା କଟକ ସାହିତ୍ୟ ସରୋବରରେ ଓଡିଶାର ପ୍ରାଚୀନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଅନୁଷ୍ଠିତ ବହିଠାରୁ କେତେ ଦୂରରେ, କେତେ ପାଖରେ ପାଠକ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଉତ୍କଳ ସାହିତ୍ୟ ସମାଜର ସଭାପତି ଡ଼କ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ କବି ପିନାକୀ ସିଂହ, ଗବେଷକ ସୁବ୍ରତ ପ୍ରିୟବ୍ରତ ମହାନ୍ତି, ସାମ୍ବାଦିକ କୃଷ୍ଣ ପ୍ରସାଦ ଦାସ, ଅଧ୍ୟାପକ ପ୍ରସନ୍ନ କୁମାର ସ୍ୱାଇଁ ଓ ଅଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ର ଲେଖକ ଓ ପାଠକ ମଧ୍ୟରେ ସମ୍ପର୍କ ଓ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ରୂପରେଖ ସମନ୍ଧରେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ! ଏହି ଆଲୋଚନାଚକ୍ରରେ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ଵାଳ, ପାଠାଗାର ସମ୍ପାଦକ ବ୍ରହ୍ମାନନ୍ଦ ମହାନ୍ତି, କୋଷାଧକ୍ଷ ଦିଲ୍ଲୀପ କୁମାର ଦାସଙ୍କ ସମେତ କାର୍ୟନିର୍ବାହିକା ସମିତି ସଦସ୍ୟା ଡ଼କ୍ଟର ବୈଜୟନ୍ତୀମାଲା ଶତପଥୀ, ମୀରା ବେଉରା, ଗୀତାଞ୍ଜଳି ପୃଷ୍ଠି ପ୍ରମୁଖ ଯୋଗଦାନ କରିଥିଲେ । ଡ଼କ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ! କଟକ ମହାନଗର ନିଗମର ଯୁଗ୍ମ ଆୟୁକ୍ତ ବର୍ନେନ୍ଦୁ ମହାନ୍ତି ଅତିଥିମାନଙ୍କୁ ପୁସ୍ତକ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
'ଲେଖକ ସବୁବେଳେ ପାଠକକୁ ଅପେକ୍ଷା କରିଥାଏ'
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

