ହରପ୍ରସାଦ ଦାସଙ୍କୁ ଜଷ୍ଟିସ୍‌ ଦୀପକ ମିଶ୍ର ସାହିତ୍ୟ ସମ୍ମାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ପ୍ରାଚୀନ ସାରସ୍ବତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି, ପ୍ରାବନ୍ଧିକ, ଅନୁବାଦ ଓ ସ୍ତମ୍ଭକାର ହରପ୍ରସାଦ ଦାସଙ୍କୁ ଚଳିତ ବର୍ଷର ଜଷ୍ଟିସ୍‌ ଦୀପକ ମିଶ୍ର ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ଏହି ସମ୍ମାନ ଏପ୍ରିଲ ୩ ତାରିଖ ସଂଧ୍ୟାରେ ଶତାବ୍ଦୀ ଭବନଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶ୍ରୀ ଦାସଙ୍କୁ ପ୍ରଦାନ କରାଯିବ। ଏହି ସମ୍ମାନ ପାଇଁ ବିଚାରପତିମାନଙ୍କ ନିଷ୍ପତ୍ତିକୁ ଶନିବାର ସଂଧ୍ୟାରେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟନିର୍ବାହିକା ସମିତି ବୈଠକରେ ଅନୁମୋଦନ କରାଯାଇଛି। ଜଣେ ଖ୍ୟାତିସଂପନ୍ନ କବି ଭାବେ ଶ୍ରୀ ଦାସଙ୍କ ପରିଚୟ ରହିଛି। ଗର୍ଭଗୃହ, ମନ୍ତ୍ରପାଠ, ହାର୍ମୋନିଅମ୍‌ରେ ତୋଡ଼ି, ବଂଶ, ଓଡ଼ିଆ ଜାତିର ଜୀବନକଥା, ଆଧୁନିକତାର ପରମ୍ପରା, ଆଧୁନିକତାର ସମକାଳ ଆଦି ଅନେକ କୃତିର ସେ ସ୍ରଷ୍ଟା। ଗତବର୍ଷଠାରୁ ସୁପ୍ରିମ୍କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଓ ତାଙ୍କ ପରିବାରର ସହଯୋଗରେ ଏହି ସମ୍ମାନ ପ୍ରଦାନ କରାଯାଉଛି। ଏହି ସମ୍ମାନ ବାବଦରେ ଏକ ଲକ୍ଷ ଟଙ୍କା, ମାନପତ୍ର, ତାମ୍ରଫଳକ, ଉତ୍କଳ ସାହିତ୍ୟ ସମାଜର ପ୍ରତୀକ ଚିହ୍ନ ଓ ଉପଢୌକନ ପ୍ରଦାନ କରାଯିବ। ବିଶିଷ୍ଟ ସାହିତ୍ୟ ସମାଲୋଚକ ପ୍ରଫେସର ଦାଶରଥୀ ଦାସ ପ୍ରଥମେ ଏହି ସମ୍ମାନ ଲାଭ କରିଥିଲେ ବୋଲି ଅନୁଷ୍ଠାନର ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଓ ସଂଗଠନ ସଂପାଦକ ଶଶିକାନ୍ତ ରାଉତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

powered by social2s