କଟକ: ଓଡ଼ିଶାର ପ୍ରାଚୀନ ସାରସ୍ବତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ୯୦ତମ ଉତ୍କଳ ଦିବସ ଅନୁଷ୍ଠାନର ପରିସରରେ ପାଳିତ ହୋଇଯାଇଛି। ବୁଧବାର ପୂର୍ବାହ୍ଣରେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପତକା ଉତ୍ତୋଳନ କରି ଉତ୍କଳ ପ୍ରଦେଶ ଗଠନର ଇତିହାସ, ପୂର୍ବସୂରୀମାନଙ୍କ ତ୍ୟାଗ ଓ ଏଥିରେ ଉତ୍କଳ ସାହିତ୍ୟ ସମାଜର ଭୂମିକା ସଂପର୍କରେ ଉଲ୍ଲେଖ କରି ଏହି ଦିବସର ମହତ୍ତ୍ବକୁ ଉପଲବ୍ଧି କରିବାକୁ ଆହ୍ବାନ ଦେଇଥିଲେ।। ଏହି ଅବସରରେ ଅନୁଷ୍ଠାନ ପରିସରରେ ଥିବା ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ କରାଯାଇଥିଲା। ଏହି ସମାରୋହରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବ୍ରହ୍ମାନନ୍ଦ ବିଶ୍ବାଳ, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ, କାର୍ଯ୍ୟନିର୍ବାହିକା ସମିତି ସଭ୍ୟ ପ୍ରାଧ୍ୟାପକ ପ୍ରତାପ ଧଳ, ମୀରା ବେଉରାଙ୍କ ସମେତ ବଂଶୀଧର ରାଉତ, ମାନସ ଦାସ, ଲକ୍ଷ୍ମୀପ୍ରସାଦ ମହାପାତ୍ର, ଅଜୟ ବେହେରା, ଗୌତମ ଚନ୍ଦ୍ର କର, ବଦ୍ରିକାନାଥ ଦାସ, ଦେବାଶିଷ ସାମନ୍ତରାୟ, ପ୍ରସନ୍ନ କୁମାର ସ୍ବାଇଁ ପ୍ରମୁଖ ସାରସ୍ବତ ସାଧକ ଓ ବୁଦ୍ଧିଜୀବୀ ଏହି ସମାରୋହରେ ଅଂଶ ଗ୍ରହଣ କରିଥିଲେ।
ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

