ନିମାପଡ଼ା: ପୁରୀ ଜିଲ୍ଲା ନିମାପଡ଼ା ଯାଇନାବାଦ ଗାଁ ର ଏକ ଘରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ମୃତକ ମହିଳା ହେଲେ ଶୈଳବାଳା ମହାନ୍ତି। ତାଙ୍କ ବୟସ ୮୦ ରୁ ୯୦ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ତେବେ ପଡ଼ୋଶୀ କହିବା ଅନୁଯାୟୀ ମହିଳା ଜଣକ ଏକୁଟିଆ ରହୁଥିଲେ ଓ ବହୁ ଦିନ ହବ ଅସୁସ୍ଥ ଥିଲେ। ଗତକାଲି ରାତିରେ ଘରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘରେ ପଶି ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ମହିଳାଙ୍କ ଦେହ ପ୍ରାୟ ୯୦ ଭାଗ ପୋଡିଯାଇଥିଲ।
powered by social2s

