ଦଶପଲ୍ଲା: ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟି ୬ ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା କୋରଡ଼ା ଗାଁରେ ଘରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ହୋଇଛି। ଏପ୍ରିଲ ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡ଼ି ଉତ୍ସବ ପାଇଁ ବାଣ ଭିଡ଼ିବା ବେଳେ ଅଘଟଣ ଘଟିଛି। ଗୁରୁତରଙ୍କ ମଧ୍ୟରୁ ୨ ମହିଳା ଓ ଜଣେ ନାବାଳକ । ସମସ୍ତ ଆହତ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
powered by social2s

