ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ ହୋଇଛି। ପୁରୀ ଓ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ବାଲେଶ୍ଵର ଜିଲ୍ଲା ଖଇରା, ସମୁଳିଆ, ଔପଦା, ସୋର ଓ ବାହାନଗାରେ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। କଟକ ଜିଲ୍ଲା ବାଙ୍କୀରେ କାଳବୈଶାଖୀ ଯୋଗୁଁ ବର୍ଷା ଓ ପବନରେ ଭାଙ୍ଗିଲା ଗଛ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ପବନରେ ଗଛ ପଡ଼ି କୋଦଳା-ଖଲ୍ଲିକୋଟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କୁଆ ପଥର ମାଡ଼ ସହ ପ୍ରବଳ ମାତ୍ରାରେ ବର୍ଷା ଓ ପବନ ହୋଇଥିବା ଜଣାପଡ଼ିଛି। ଏକାଧିକ ଘରର ଆଜବେଷ୍ଟସ ଉଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇଛି।
powered by social2s

