ଓଡ଼ିଶା ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲା ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଓଡ଼ିଶାର ଉଚ୍ଚ ଶିକ୍ଷା ର ବିକାଶ ଦିଗରେ ସରକାରଙ୍କର ବିଶ୍ୱ ବିଦ୍ୟାଳୟ ଅଧିନିୟମ ର ସଂଶୋଧନ ଓ ଏହାର ସ୍ୱତନ୍ତ୍ରତା ବଜାୟ ରଖିବା, 14 ବିଶ୍ୱବିଦ୍ୟାଳୟ ରେ ଯୋଗ୍ୟତା ଭିତିରେ କୁଳପତି ଙ୍କୁ ଚୟନ କରିବା, ବିଭାଗୀୟ ସ୍ତରରେ ସ୍ଥାନ ସଂରକ୍ଷଣ କୁ ଛାଡି ବିଶ୍ୱବିଦ୍ୟାଳୟ ସ୍ତରରେ ଶିକ୍ଷକ ମାନଙ୍କ ର ଜାତିଗତ ସ୍ଥାନ ସଂରକ୍ଷଣ ସ୍ଥିରୀକୃତ କରିବା ଏବଂ ଜନଗଣନା ଆଧାରରେ ଜାତିଗତ ସ୍ଥାନ ସଂରକ୍ଷଣ କୁ ସମାନ କରିବା ଇତ୍ୟାଦି ଉଲ୍ଲେଖନୀୟ ପଦକ୍ଷେପ ମାନ ତ୍ୱରିତ ପ୍ରକ୍ରିୟାରେ ଲାଗୁ କରାଇବା ଆଦି ସ୍ୱାଗତ ଯୋଗ୍ୟ ଏବଂ ଐଇତିହାସିକ l ସରକାର ଙ୍କର ସମୟପଯୋଗୀ ପଦକ୍ଷେପ ଯୋଗୁ ଓଡ଼ିଶାର ବିଶ୍ୱବିଦ୍ୟାଳୟ ମାନଙ୍କ ର ଗୁଣବତ୍ତା ବୃଦ୍ଧି, ଜାତୀୟ ଶିକ୍ଷା ନୀତି 2020 ଲାଗୁ କରାଇବା, ଓ ସାମଗ୍ରିକ ବିକାଶ ଦିଗରେ ସହାୟକ ହେବ l ଭାରତ ବିଶ୍ଵଗୁରୁ ହେବାରେ ସହାୟକ ହେବ l ଏଥିପାଇଁ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଓଡିଶା ଶାଖା ର କେନ୍ଦ୍ରୀୟ ପ୍ରତିନିଧି ତଥା ଉପଦେଷ୍ଟା ଡ଼.ନାରାୟଣ ମହାନ୍ତି ଓ ଡ଼. ପବିତ୍ର ରଥ, ଅଧକ୍ଷ ଡ଼. ଶିବବ୍ରତ ଦାସ, ଉପସଭାପତି ଡ଼. ସରୋଜ ଦାଶ, ସାଧାରଣ ସମ୍ପାଦକ ଡ଼. ବିପ୍ଳବ ଗୁରୁ, ରାଜ୍ୟ ସମ୍ପାଦକ ଡ଼. ଦୀପ୍ତାଂଶୁ ଭୂଷଣ ପତି, କୋଷାଧକ୍ଷ ଡ଼. ବିଶ୍ୱ ମୋହନ ଜେନା ଆଦି କର୍ମ କର୍ତାଗଣ ଓଡ଼ିଆ ସରକାରଙ୍କୁ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କର ସଂସ୍କାର ମୂଳକ ପଦକ୍ଷେପ ଗୁଡିକ ର ତ୍ୱରିତ କାର୍ଯ୍ୟlନ୍ୟୟନ ପାଈଁ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା ଅର୍ପଣ କରୁଛୁ.

powered by social2s