ଘଟଗାଁ: ଆଜିଠୁ ଆରମ୍ଭ ହେଉଛି କେନ୍ଦୁଝର ଜିଲ୍ଲା ଘଟଗାଁ ମା' ତାରିଣୀଙ୍କ ଚଇତି ପର୍ବ। ଆଜିଠୁ ୧୫ ତାରିଖ ଯାଏଁ ପାଳିତ ହେବ ଚଇତି ପର୍ବ। ୭ ଦିନ ଧରି ମା' ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ। ୭ଦିନ ଧରି ପ୍ରକମ୍ପିତ ହେବ ମା' ତାରିଣୀଙ୍କ ପୀଠ। ଚଇତି ପର୍ବରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ତାରିଣୀ। ପ୍ରତିଦିନ ମନ୍ଦିର ଭିତରେ ହେବ ଭାଗବତ ପାଠ ଓ ଚଣ୍ଡୀପାଠ। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ପରିବେଷଣ।
powered by social2s

