ଭୁବନେଶ୍ବର: ପ୍ରକାଶ ପାଇଲା OSSTET-୨୦୨୫ ରେଜଲ୍ଟ। ଗତ ଜାନୁଆରୀ ୨୧ ତାରିଖରେ ହୋଇଥିଲା ପରୀକ୍ଷା। ୫୬ ହଜାର ୪୫୬ ପରୀକ୍ଷାର୍ଥୀ ଦେଇଥିଲେ ପେପର-୧ ଓ ୨ ପରୀକ୍ଷା। ଓଭରାଲ୍ ୭୨.୩୮ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ନେଇ BSE ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଅପରାହ୍ନ ୪ଟା ପରଠୁ http://bseodisha.ac.inରେ ଉପଲବ୍ଧ ହେବ ରେଜଲ୍ଟ । ଅପରାହ୍ନ ୫ଟା ପରଠୁ ୱେବସାଇଟ୍ରୁ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ। ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି OMR ସିଟ୍ ଡାଉନଲୋଡ୍ କରିପାରିବେ।
powered by social2s

