ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୩ ଦଣ୍ଡୁଆ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଢେଙ୍କାନାଳ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଦଣ୍ଡୁଆ ପ୍ରାଣ ହରାଇଛନ୍ତି। ଦଣ୍ଡଯାତ୍ରା ପାଇଁ ଟେଣ୍ଟ୍‌ ବାନ୍ଧୁଥିବା ବେଳେ କରେଣ୍ଟ ଲାଗି ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଢେଙ୍କାନାଳ ହିନ୍ଦୋଳ ବାଲିମି ଥାନା ପାଟଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ଟେଣ୍ଟ୍‌ର ଷ୍ଟିଲ୍ ବାର୍ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି। ଅନୁଗୁଳ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କରାଯାଇଛି । ଆଉ ଜଣେ ଦଣ୍ଡୁଆ ଆହତ ହୋଇଥିବା ଜଣାପଡ଼ିଛି।

powered by social2s