ଲସି ପିଇ ୧୦୦ ରୁ ଅଧିକ ଅସୁସ୍ଥ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନଗିରି: ଜିଲ୍ଲା ପଡିଆ ବ୍ଲକ ଅନ୍ତଗର୍ତ କଳଦାପାଲୀ ପଂଚାୟତରେ ଲସିପିଇ ୧୦୦ ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ ୮୦ ଜଣ ଅସୁସ୍ଥଙ୍କୁ ପଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଛି ଅଗ୍ନିଶମ ବାହିନୀ। କଳଦାପାଲୀ ପଂଚାୟତରେ ବିଭିନ୍ନ ଗାଁ ବୁଲି ମେଡିକାଲ ଟିମ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଉଛି। ସୂଚନା ଅନୁଯାୟୀ ଏକ ସାପ୍ତାହିକ ହାଟରେ ଲସି ପିଇବା ପରେ ରାତିରେ ଲୋକମାନଙ୍କର ଝାଡ଼ାବାନ୍ତି ହୋଇଥିଲା।

powered by social2s