ସାରା ଓଡ଼ିଶାରେ ଡିଜିଟାଲ୍ ଜନଗଣନା ଆରମ୍ଭ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ଆଜିଠାରୁ ସାରା ଓଡ଼ିଶାରେ ଡିଜିଟାଲ୍ ଜନଗଣନା ଆରମ୍ଭହୋଇଛି। ଘର ଘର ବୁଲି ଜନଗଣନା କରୁଛନ୍ତି ୯୦ ହଜାରରୁ ଊର୍ଦ୍ଧ୍ବ ଅଧିକାରୀ। ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ୱାର୍ଡରେ ଥିବା ଘରେ ଘରେ ପହଞ୍ଚି ଡିଜିଟାଲ ଜନଗଣନା ବିଷୟରେ ସଚେତନ କରାଇଥିଲେ। ମେୟର କହିଛନ୍ତି ଯେ ଜନଗଣନା ଚାଲିଛି ବୋଲି ସମସ୍ତେ ଜାଣିଛନ୍ତି, କିନ୍ତୁ ଡିଜିଟାଲ ଜନଗଣନା ବିଷୟରେ ଲୋକ କମ୍ ଜାଣିଛନ୍ତି। ଜନଗଣନା କାର୍ଯ୍ୟରେ ଭୁବନେଶ୍ବର ମହାନଗର ନିଗମ, କର୍ପୋରେଟର, ସ୍କୁଲ କଲେଜ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଅଛନ୍ତି।

powered by social2s