୯୭.୮ ପ୍ରତିଶତ ମାର୍କ ରଖି ସ୍କୁଲ ଓ ତାଙ୍କ ଅଞ୍ଚଳ ପାଇଁ ଗୌରବ ଆଣିଲେ ଆଦ୍ୟାଶା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ କଟକ ସ୍ଥିତ ଫୁଲନଖରା ଦିଲ୍ଲୀ ପବ୍ଲିକ ସ୍କୁଲର ଛାତ୍ରୀ ଆଦ୍ୟାଶା ସ୍ୱାଇଁ ୯୭.୮ ପ୍ରତିଶତ ମାର୍କ ରଖି ସ୍କୁଲ ପାଇଁ ଗୌରବ ଆଣିଛନ୍ତି ଓ ସଫଳତା ଅର୍ଜନ କରିଛନ୍ତି। କଟକ ଜିଲ୍ଲା ବାଲିପଡ଼ା, ଗୋବିନ୍ଦପୁର ଗ୍ରାମର ବାପା ପ୍ରଶାନ୍ତ କୁମାର ସ୍ୱାଇଁ ମାଆ ସୋନି ତ୍ରିବେଦୀଙ୍କ ଝିଅ ଆଦ୍ୟାଶା ସ୍ୱାଇଁ । ଏହି ସଫଳତାରେ ଦିଲ୍ଲୀ ପବ୍ଲିକ ସ୍କୁଲର ପ୍ରୋ ଭାଇସ ଚେୟାରପର୍ସନ ମାଳା ମିଶ୍ର, ଏକ୍ଜିକ୍ୟୁଟିଭ ଟ୍ରଷ୍ଟି ସୁନୈନା ପାତ୍ରୋ, ପ୍ରିନ୍ସିପାଲ ସୁଭବ୍ରତ ମୁଖାର୍ଜୀଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ କୃତୀ ଛାତ୍ରୀଛାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ତାଙ୍କର ଏହି ସଫଳତା ପରେ ପରିବାର ସହ ତାଙ୍କ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏନେଇ ଆଦ୍ୟାଶା ସ୍ୱାଇଁ ବାପା ମାଆଙ୍କ ପ୍ରେରଣା ଓ ଜେଜେ ବାପା-ଜେଜେ ମା, କାକା-କାକି ଙ୍କ ପାଇଁ ଏହି ସଫଳତା ପାଇଛି। ଆଗକୁ ଆଇଆଇଟି ଇଞ୍ଜିନିୟର ହେବାକୁ ଲକ୍ଷ ଅଛି ବୋଲି ଆଦ୍ୟାଶା ସ୍ୱାଇଁ କହିଛନ୍ତି ।

powered by social2s