ବାରିପଦା: ଆଜି ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ଜିଲ୍ଲା କଂଗ୍ରେସ ଦଳ ମଧ୍ୟ ସମର୍ଥନ କରୁଛି। କାକବନ୍ଧ ଆଶ୍ରମ ସ୍କୁଲରେ ଘଟିଥିବା ଅଘଟଣକୁ ନେଇ ବନ୍ଦ ଡାକରା ଦିଆଯାଇଛି। ଅଘଟଣ ନେଇ ସରକାରଙ୍କୁ ଦାୟୀ କରି ଦିଆଯାଇଛି ଏହି ବନ୍ଦ ଡାକରା। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ବନ୍ଦ ଡାକରା ଦିଆଯାଇଛି। ଆଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ସମ୍ବନ୍ଧୀୟ ଘଟଣାକୁ ନେଇ ରାସଗୋବିନ୍ଦପୁର ଅଞ୍ଚଳରେ ବନ୍ଦ ପାଳନ କରାଯାଉଛି। ଏହି ଆନ୍ଦୋଳନରେ ଦାବି କରାଯାଇଛି— ପୀଡିତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ।
powered by social2s

