ଭୁବନେଶ୍ୱର : ଓଡ଼ିଶାର ଘରେ ଘରେ ପହଁଚିବ ପାଇପ ଗ୍ୟାସ। ଓଡ଼ିଶା ସହରାଞ୍ଚଳ ଗ୍ୟାସ ବିତରଣ ନୀତିକୁ ମିଳିଲା କ୍ୟାବିନେଟ ଅନୁମୋଦନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତି ଅନୁଯାୟୀ, ରାଜ୍ୟରେ ପି ଏନ ଜି ଓ ସି ଏନ ଜି ଭିତ୍ତିଭୂମି ସମ୍ପ୍ରସାରଣ ତ୍ୱରାନ୍ୱିତ କରାଯିବ। ପାଇପ ଯୋଗେ ଗ୍ୟାସ ବିତରଣକୁ ଦିଆଯିବ ଗୁରୁତ୍ୱ। ବୈଠକରେ ନିଆଯାଇଥିବା ଆଉ ଏକ ଗୁରୁତ୍ୱପୂର୍ଣ ନିଷ୍ପତି ହେଉଛି କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ନୂଆ ସେତୁ। କଟକ ତ୍ରିସୁଳିଆ ରୁ ଜୁଡ଼ିସିଆଲ ଏକାଡେମୀ ଛକକୁ ଯୋଡ଼ିବ ଏହି ସେତୁ। ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୧୮୫ କୋଟି ୮୮ ଲକ୍ଷ ଟଙ୍କା। ସେହିପରି ଓଡ଼ିଶା ଦାଟା ନୀତି ୨୦୨୬ କୁ ମିଳିଛି ଅନୁମୋଦନ। ବଲାଙ୍ଗୀରରେ ବୟନ ଶିଳ୍ପ ନିର୍ମାଣ ନେଇ ନିଆଯାଇଛି ନିଷ୍ପତ୍ତି।
ବୈଠକ ପରେ ଏହି ସୂଚନା ପ୍ରଦାନ କରିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
powered by social2s

