ଭୁବନେଶ୍ୱର : ବିଶ୍ୱ ଓଡ଼ିଆ ପରିବାର ଦ୍ୱାରା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଟେନିସ୍ ସେଣ୍ଟର ଅଡିଟୋରିୟମ୍ରେ ଆୟୋଜିତ “ଦ୍ୱିତୀୟ କୁଳଗୌରବ ସମ୍ମାନ–୨୦୨୬” ଅବସରରେ ଯୁବ ଟେକ୍ ଉଦ୍ୟମୀ ଶ୍ରୀ ଶୁଭମ ପଣ୍ଡାଙ୍କୁ ଟେକ୍ନୋଲୋଜିକ ନବୀନତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଛି।
ଏହି ଅବସରରେ ଉଦ୍ଘାଟକା ଶ୍ରୀମତୀ ସୁରମା ପାଢ଼ୀ (ବାଚସ୍ପତି), ମୁଖ୍ୟ ଅତିଥି ଶ୍ରୀ ବୈଜୟନ୍ତ ପଣ୍ଡା (ଲୋକସେବା ସଦସ୍ୟ), ମୁଖ୍ୟ ବକ୍ତା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ (ମାନ୍ୟବର ମନ୍ତ୍ରୀ, ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ଯାନ୍ତ୍ରିକ ବିଭାଗ, ଓଡ଼ିଶା) ଉପସ୍ଥିତ ଥିଲେ।
ସେହିପରି ସମ୍ମାନିତ ଅତିଥି ଭାବେ ଶ୍ରୀ ଅଜୟ ଅଗ୍ରୱାଲ (ବିଶିଷ୍ଟ ଉଦ୍ୟୋଗପତି) ଓ ଶ୍ରୀ ଜଗନ୍ନାଥ ପ୍ରଧାନ (ବିଶିଷ୍ଟ ସମାଜସେବୀ) ଯୋଗ ଦେଇଥିଲେ।
ଅତିଥିବର୍ଗ ଶ୍ରୀ ଶୁଭମ ପଣ୍ଡାଙ୍କର ସୃଜନଶୀଳ ପଦକ୍ଷେପ ଓ ଡିଜିଟାଲ ଉନ୍ନତି ପ୍ରତି ତାଙ୍କର ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ ଓ ଏହି ସମ୍ମାନକୁ ଯୁବ ପୀଢ଼ୀ ପାଇଁ ପ୍ରେରଣାଦାୟକ ବୋଲି କହିଥିଲେ।
powered by social2s

