ଭୁବନେଶ୍ୱର: ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ଲକଡାଉନ ଘୋଷଣା କୁ ଦୃଷ୍ଟିରେ ରଖି ଆଜି ବିଭିନ୍ନ ତେଜରାତି ଓ ପନିପରିବା ଦୋକାନରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି । ଗଂଜାମ ଜିଲ୍ଲାର ବ୍ରହ୍ମପୁରର ବିଭିନ୍ନ ମାର୍କେଟ ରେ ଲୋକଙ୍କ ଭିଡ଼ ଯୋଗୁଁ ପୋଲିସ ପକ୍ଷରୁ ତାଗିଦ କରାଯାଇଛି। ଏହା ସହିତ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ପକ୍ଷରୁ ଦୋକାନ ବଜାର ରେ ଭିଡ ନ କରିବା ଓ ସମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି। ସେପଟେ କଟକ ଜିଲ୍ଲାର ଛତ୍ର ବଜାର ପାରିବା ମାର୍କେଟରେ କେତେଜଣ କୋଭିଡ ନିୟମ ନ ମାନୁ ଥିବାର ଦେଖିବାକୁ ମିଳିଛି।
powered by social2s

