ଆଜି ତାଳଚେର ଓ କୋକସରା ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆଜି ୧୨ଘଣ୍ଟା ଅନୁଗୁଳ ଜିଲ୍ଲା ତାଳଚେର ବନ୍ଦ ଡାକରା ଦିଆଯାଇଛି। ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ କରାଯାଉଛି। କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ବନ୍ଦ ଡାକରା ଦିଆଯାଇଛି। ପବିତ୍ର ମୋହନ ମେଡିକାଲ୍ କଲେଜରେ ରୋଗୀ ସେବା ଦାବି କରାଯାଉଛି। ଜାତୀୟ ରାଜପଥରେ ଯାତାୟାତ ବନ୍ଦ ରହିଛି। ଖଣି, କୋଇଲା ପରିବହନ, ଦୋକାନ ବଜାର ବନ୍ଦ ରହିଛି। ଧାନ ବିକ୍ରି ସମସ୍ୟା ଓ ପଞ୍ଜିକରଣ ଦାବିରେ କଳାହାଣ୍ଡି ଜିଲ୍ଲା କୋକସରା ବନ୍ଦ ଡାକରା ଦିଆଯାଇଛି। ଜାତୀୟ ରାଜପଥ ୨୬ ଭବାନୀପାଟଣା-ଜୟପୁର ରାସ୍ତା ଅବରୋଧ କଲେ ଚାଷୀ। ରାସ୍ତାରୋକ କଲେ ଜୟପାଟଣା, କୋକସରା ଓ ଧର୍ମଗଡ଼ ଅଂଚଳର ଚାଷୀ। ଇନ୍ଦ୍ରାବତୀ ମେଗା ଲିଫ୍ଟ ଅଞ୍ଚଳର ଚାଷୀଙ୍କ ରବି ଧାନ ପଞ୍ଜିକରଣ ଦାବିରେ ବନ୍ଦ ପାଳନ କରାଯାଇଛି।

powered by social2s