ପୁରୀ : ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁରନ୍ତ ଇକୋ ମେସିନ ସହ ଆଡଭାନସଡ ଭେଣ୍ଟିଲେଟର ଆଇସିୟୁ ୟୁନିଟ୍ ସ୍ଥାପନ ଦାବି କରିଛି ଅଖିଳ ଭାରତ ହିନ୍ଦୁ ମହାସଭା, ଓଡ଼ିଶା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀ ବିଶ୍ୱର ପ୍ରମୁଖ ତୀର୍ଥକ୍ଷେତ୍ର। ପ୍ରତିଦିନ ହଜାର ହଜାର ଓ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି। ମାତ୍ର ଅତ୍ୟନ୍ତ ଦୁଃଖ ଓ ଚିନ୍ତାର ବିଷୟ ଯେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପର୍ଯ୍ୟନ୍ତ ଇକୋ ମେସିନ ଭେଣ୍ଟିଲେଟର ଭଳି ଜୀବନରକ୍ଷକ ଉପକରଣ ନାହିଁ। ଗୁରୁତର ହୃଦଘାତ, ଶ୍ୱାସକଷ୍ଟ, ଦୁର୍ଘଟଣା ରୋଗୀଙ୍କ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ଆଇସିୟୁ ଓ ଉନ୍ନତ ଭେଣ୍ଟିଲେଟର ସୁବିଧା ନାହିଁ। ଫଳସ୍ୱରୂପ ପ୍ରତିଟି ଗମ୍ଭୀର ରୋଗୀଙ୍କୁ ୬୦ କିମି ଦୂର ଭୁବନେଶ୍ୱରର ଏମ୍ସ, କ୍ୟାପିଟାଲ ହସ୍ପିଟାଲ କିମ୍ବା କଟକ ଏସସିବି କୁ ରେଫର୍ କରିବାକୁ ପଡୁଛି। ‘ଗୋଲଡେନ ହାୱାର’ ରେ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ରାସ୍ତାରେ ହିଁ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି ବୋଲି ପ୍ରକାଶ କରିଛନ୍ତି ଲାଲା ଅନନ୍ତ କୁମାର ସିଂହ, ଅଖିଳ ଭାରତ ହିନ୍ଦୁ ମହାସଭା, ଓଡ଼ିଶା ର କାର୍ଯ୍ୟକାରୀ ସଭାପତି।
ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତୁରନ୍ତ ଇକୋ ମେସିନ ସହ ଆଡଭାନସଡ ଭେଣ୍ଟିଲେଟର ଆଇସିୟୁ ୟୁନିଟ୍ ସ୍ଥାପନ ଦାବି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

