'କରୋନା ପଜିଟିଭ ହେଲେ ସଂକ୍ରମଣ ନ ବ୍ୟାପିବା ନେଇ ଯତ୍ନବାନ ହୁଅନ୍ତୁ'

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କରୋନା ପଜିଟିଭ ହେଲେ ସଂକ୍ରମଣ ନ ବ୍ୟାପିବା ନେଇ ଯତ୍ନବାନ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଓଡ଼ିଶା ସରକାର। କୋଭିଡ଼-୧୯ ସଚେତନତା ସମ୍ପର୍କିତ ସୁଚନା ପ୍ରଦାନ କରି ବିଶେଷଜ୍ଞ କହିଛନ୍ତି ଯେ ହୋମ ଆଇସୋଲେସନରେ ଚିକିତ୍ସିତ ହୋଇ ୯୦ ପ୍ରତିସତ ଲୋକ ଭଲ ହୋଇପାରିବେ । ପଜିଟିଭ ହେଲେ ଭୟଭୀତ ହୁଅନ୍ତୁ ନାହିଁ, ଖାମଖିଆଲ ବି ହୁଅନ୍ତୁ ନାହିଁ। ଡାକ୍ତରଙ୍କ ସହ ପରାମର୍ଶ କରି ଘରେ ରହି ସୁସ୍ଥ ହୋଇପାରିବେ। ଔଷଧ ଖାଇବା ପରେ ବି ଜ୍ଵର ନ କମିଲେ ଓ ସ୍ୱାସକ୍ରିୟୟାରେ ଯନ୍ତ୍ରଣା ଅନୁଭବ କଲେ ଡାକ୍ତର ଙ୍କୁ ଜଣାନ୍ତୁ ।ଡାକ୍ତର ଯଦି କୁହନ୍ତି ତେବେ ହସ୍ପିଟାଲ ଯିବେ ତର ତର ହୋଇ ଡାକ୍ତରଖାନା ଯାଆନ୍ତୁ ନାହିଁ । ଶରୀର ରେ ଅକ୍ସିଜେନ ମାତ୍ରା କମିଲେ କିଛି ସମୟ ମୁଁହ ମାଡ଼ି ଶୁଅନ୍ତୁ, ପରେ ବାମ କଡ଼ ମାଡ଼ି, ଏହାପରେ ଡାହାଣ କଡ଼ ମାଡି ଶୁଅନ୍ତୁ ।ଏହାପରେ କିଛି ସମୟ ଆଉଜି କରି ବସନ୍ତୁ । ଏପରି କଲେ ଅକ୍ସିଜେନ ମାତ୍ରା ସ୍ୱଭାବିକ ସ୍ତରକୁ ଆସିଯିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଗର୍ଭବତୀ ମହିଳାଙ୍କୁ କରୋନା ଟୀକା ମନା। ଗର୍ଭଧାରଣ କରିଥିଲେ କି ଶିଶୁ ଙ୍କୁ ସ୍ତନ୍ୟପାନ କରୁଥିବା ମାଙ୍କୁ ଟୀକା ନେବା ମନା ବୋଲି କହିଛନ୍ତି କଟକ ଏସସିବି ହସ୍ପିଟାଲର ଗାଏନାକୋଲଜି ବିଭାଗର ମୁଖ୍ୟ ପ୍ରଫେସର୍ ତୁଷାର ଜ୍ୟୋତି କୁମାର କର ସୂଚନା ଦେଇଛନ୍ତି।

powered by social2s