![]()
ଭୁବନେଶ୍ୱର ୫.୫.୨୧: ଭୁବନେଶ୍ୱରରେ ରହୁଥିବା ବହୁ ପରିବାର ମଧ୍ୟରୁ ବହୁ ବରିଷ୍ଠ ଜନସାଧାରଣ ଓ ସେମାନଙ୍କର ପରିବାର କରୋନାରେ ପୀଡ଼ିତ ହୋଇ ଖାଦ୍ୟ ତିଆରି କରିପାରୁନାହାନ୍ତି। ସେମାନଙ୍କ ସାଙ୍ଗରେ ଏହି ଦୁଃଖ ସମୟରେ ଛିଡ଼ା ହୋଇ ସହୋଯୋଗ ର ହାତ ବଢାଇ, ଆଜିକୁ ୯ ଦିନ ହେଲା ସେମାନଙ୍କ ଘରେ ରୋଷେଇ ହୋଇ ଦେୟ ମୁକ୍ତ ଖାଦ୍ୟ ଦିଆଯାଉଛି। ତତ୍ ସଙ୍ଗେ ସଙ୍ଗେ କାହାର ପରିବା ଓ ସକାଳର ଜଳଖିଆ, ବ୍ରେଡ, ଫଳ ଓ କଦଳୀ ଦରକାର ବରାଦ ଅନୁସାରେ ପାହଞ୍ଚା ଯାଉଛି। ଭୁବନେଶ୍ୱରର ବରମୁଣ୍ଡା, ଚନ୍ଦ୍ରଶଖରପୁର ବାଳକାଟି, ଲକ୍ଷ୍ମିଶାଗର, ନୟାପଲ୍ଲୀ, ପଲାସୁଣି, ପଲାସପଲ୍ଲୀ , ଶହୀଦନଗର, ଝାରପଡ଼ା , ଆଚାର୍ଯ୍ୟବିହାର ଓ ଅନ୍ୟାନ୍ୟ ଜାଗା ଗୁଡ଼ିକରେ ରହୁଥିବା ମହାମାରୀରେ ପୀଡ଼ିତ ପରିବାର ମାନଙ୍କୁ ଦେୟ ମୁକ୍ତ ଖାଦ୍ୟ ବଣ୍ଟା ଯାଉଛି। ଏହି କାର୍ଯ୍ୟକ୍ରମକୁ ଜୟ ମା ଭବାନି ଚାରିଟେବୁଲ ଟ୍ରଷ୍ଟ, ନିର୍ମଳା କୃତି ବିକାଶ ଟ୍ରଷ୍ଟ, କଳିଙ୍ଗ ଚାରିଟେବୁଲ ଟ୍ରଷ୍ଟ ଓ ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ର ମିଳିତ ସହଯୋଗରେ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିବା ନିମନ୍ତେ ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀ ଦିଲ୍ଲୀପ ପଟନାୟକ, ଶ୍ରୀ ଉମାନାଥ ମିଶ୍ର, ଶ୍ରୀ ଲଲିତ ମୋହନ ପଣ୍ଡା, ଶ୍ରୀ ମନୋଜ କୁମାର ରାଉଳ, ଶ୍ରୀ ରଞ୍ଜନ ସାମଲ, ଶ୍ରୀନିବାସ ରାଓ, ରାହୁଲ ପଲେଇ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକାରୀ କରାଯାଉଛି।
୯ ଦିନ ହେଲା କରୋନା ପୀଡ଼ିତଙ୍କୁ ଦେୟ ମୁକ୍ତ ରନ୍ଧା ଖାଦ୍ୟ ବଣ୍ଟନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

