ସହିଦନଗର ହାଟ ବଣିକ ସଂଘ ର ଦୁଇ ବର୍ଷ ର ସାଧାରଣ ସଭା ଅନୁଷ୍ଠିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ଵର ସ୍ଥିତ ସହିଦନଗର ହାଟ ବଣିକ ସଂଘ ର ଦୁଇ ବର୍ଷ ର ସାଧାରଣ ସଭା ହାଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି I ଏହି ସଭା ସଂଘ(ଓମଫେଡ୍ ଅଫିସ ପାର୍ଶ୍ଵ ରେ ନିଜସ୍ୱ କାର୍ଯ୍ୟଳୟ ସମ୍ମୁଖରେ) ସଭାପତି ଶ୍ରୀ ଜୀତେନ୍ଦ୍ର ରଥ ସଭାପତିତ୍ବ କରିଥିଲେ I ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀଜଗନ୍ନାଥ,ଶ୍ରୀ ବଳଭଦ୍ର ଦେବ ଓ ମାତା ସୁଭଦ୍ରା ଦେବୀ ଙ୍କ ଫଟୋଚିତ୍ରରେ ହାଟ ର ପୂଜକ, ସମସ୍ତ କର୍ମକର୍ତ୍ତା ଓ ସଭ୍ଯଙ୍କ ଉପସ୍ଥିତିରେ ପୂଜା ଅର୍ଚନା କରାଯଇଥିଲା ଓ ପରେ ସଂଘ ର ମୁଖ୍ୟ ଉପଦେଷ୍ଟା ତଥା ରାଜ୍ୟ ବିଜେପି ର ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓ ରାଜ୍ଯ ଗୀତ(State Anthem) ସମୁହ ଗାନ କରାଯାଇଥିଲା ,ସଂଘ ତରଫରୁ ସମସ୍ତ କର୍ମକର୍ତ୍ତା ଙ୍କୁ ଉତ୍ତରୀ ଓ ପୁଷ୍ପ ଗୁଚ୍ଛ ରେ ସ୍ୱାଗତ କରାଯାଇଥିଲା I ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଦିବଂଗତ ସଭ୍ଯ ଙ୍କ ପାଇଁ ଦୁଇ ମିନିଟ୍ ନୀରବ ପାର୍ଥନା କରାଯାଇଥିଲା ଇ ସଭାପତି ଶ୍ରୀ ରଥ ନିଜର ଅଭିଭାଷଣ ପ୍ରଦାନ କରି କହିଥିଲେ କି ହାଟ ରେ ବିଭିନ୍ନ ପ୍ରକାର ସମସ୍ୟା ଅଛି ଯଥା ଶୌଚାଳୟ, ଭିତର ରାସ୍ତା ଓ ଆଲୋକ ବ୍ୟବସ୍ଥା ଏବଂ ହାଟ ସଫା କରିବା ପାଇଁ BMC ପ୍ରତିଦିନ ସଫେଇ କର୍ମଚାରୀ ନିୟୋଜିତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ I ସଂଘର କୋଷାଧକ୍ଷ ଶ୍ରୀ ପଙ୍କଜ ଲୋଚନ ପ୍ରଧାନ ଦୁଇଟି ଆର୍ଥୀକ ବର୍ଷ ର ଆୟ ବ୍ୟୟ ର ବିବରଣୀ ପ୍ରଦାନ କରିଥିଲେ I ସଂଘ ର ସମ୍ପାଦକ ଶ୍ରୀ ସଚ୍ଚି ନନ୍ଦନ ନାୟକ ଦୁଇ ବର୍ଷ ର ସଂଘ ର ବିବରଣୀ ପାଠ କରିଥିଲେ ଓ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ଶ୍ରୀ ନାୟକ ସମସ୍ତ ଙ୍କୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରିଥିଲେ କି ସର୍କାର ଯେତେବେଳେ ଯେଉ ସମୟରେ କିଛି ନୂତନ ଗାଇଡ୍ ଲାଇନ୍ ପ୍ରଦାନ କରୁଛନ୍ତି ତାହାକୁ ସମସ୍ତେ ମାନନ୍ତୁ ,ଗ୍ରାହକ ମାନଙ୍କ ସୁବିଧା ନିମନ୍ତେ ହାଟ ପରିସରରେ ଚାରି ଚକିଆ ଯାନ ପ୍ରବେଶ କୁ ସମ୍ପୂର୍ଣ୍ଣ ବନ୍ଦ କରିବା, ସେହି ଭଳି ପଲିଥିନ ବ୍ଯବହାର କୁ ବନ୍ଦ କରିବା, ତିନି ଚକିଆ ଯାନ ସାପ୍ତାହିକ ହାଟ ଦିନ ମାନଙ୍କରେ ହାଟ ର ପରିସରରେ ରହିପାରିବ ନାହିଁ ଓ ସୁରକ୍ଷା ଦୃଷ୍ଟିକୋଣରୁ cctv କ୍ୟାମେରା ଲଗାଯିବ ଓ ସମସ୍ତ ଦୋକାନ ସମ୍ମୁଖରେ ଏକ ମାଟି କୁଣ୍ଡ ରେ ବୃକ୍ଷ ରଖିବେ। ଶେଷରେ ସେ ଅନୁଷ୍ଠାନ ତରଫରୁ ରାଜ୍ଯ ସରକାର, ଭୁବନେଶ୍ବର M.P ଓ ମୁଖ ଉପଦେଷ୍ଟା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ମୁଖ୍ୟ ଉପଦେଷ୍ଟା ତାଙ୍କର ବକ୍ତବ୍ୟ ରେ ଗତ ବର୍ଷ ଏହି ଦୁଇ ଏକର ଜାଗା ଟିକୁ ଶର୍କରା ହାଟ ଉଦ୍ଦେଶ୍ୟରେ GA & PG Department କୁ allotment ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓ G.A & P.G Department ତତ୍କାଳୀନ ସେବା ହିସାବରେ ଏହି ଜମି କୁ ରାଜ୍ଯ ନଗର ଉନ୍ନୟନ ବିଭାଗ କୁ ହସ୍ତାନ୍ତର କରାଯାଇଛି ଓ ଏବେ ଏହି ଜମି BMC ଅଧୀନରେ ରହିଛି। ସେଥିପାଇଁ ସେ ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ,ଏମପି ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ପୂର୍ବ ସରକାର ଥିବା ନଗରଉନ୍ନୟନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର,ତିନି ଜଣ ବିଧାୟକ ଶ୍ରୀ ଅଶୋକ ପଣ୍ଡା, ବିଜୟ କୁମାର ମହାନ୍ତି, ଶ୍ରୀ ମିଟୁ ବଡଜେନା ଓ ସେତବେଳେ ର ସଂସାଦ ଶ୍ରୀ ପ୍ରସନ୍ନ ପାଟ୍ଟଶାଣୀ ଓ ସମସ୍ତ ସରକାର ଥିବା ଉଚ୍ଚପଦାଧିକାରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଧାନ ହାଟ ର ସର୍ବାଙ୍ଗୀନ ବିକାଶ ନିମନ୍ତେ ସେ ରାଜ୍ୟ ସରକାରଙ୍କ ପାଖରେ ସବୁ ଜିନିଷ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ସେ ସମସ୍ତ ଙ୍କୁ ନିଜର ସ୍ୱାର୍ଥ ଅପେକ୍ଷା ସମୁହ ସ୍ୱାର୍ଥ ତଥା ସଂଘ କିପରି ସୁଦୃଢ ହେବ ତାହା ଉପରେ ଉପଦେଶ ଦେଇଥିଲେ I ଏହି ଚଳିତ ବର୍ଷ ଭିତରେ ରାଜ୍ୟ ର ନଗର ଉନ୍ନୟନ ମନ୍ତ୍ରୀ ହାଟ କୁ ଆସିବେ ଓ ସବୁ ସମସ୍ୟାର ସମାଧାନ କରିବେ ବୋଲି ସେ କହିଥିଲେ। ସଂଘ ର ଉପଦେଷ୍ଟା ଶ୍ରୀ ସତୀଶ କୁମାର ରାୟ ନୂତନ କର୍ମକର୍ତ୍ତା ଙ୍କ ଚୟନ କରିବା ପାଇଁ ପ୍ରକିୟା ଆରମ୍ଭ କରିଥିଲେ ଓ ସମସ୍ତ ସଭ୍ଯ,କର୍ମକର୍ତ୍ତା, ପୋଲିସ ପ୍ରଶାସନ,ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସହଯୋଗ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।ନବନିର୍ବାଚିତ ପ୍ରତିନିଧଙ୍କ ନାମ ଯଥା କ୍ରମେ..... ମୁଖ୍ୟ ଉପଦେଷ୍ଟା...ଶ୍ରୀ ଜଗନ୍ନାଥ ପ୍ରଧାନ, ସଭାପତି...ଶ୍ରୀ ଜୀତେନ୍ଦ୍ର କୁମାର ରଥ, ସମ୍ପାଦକ...ଶ୍ରୀ ସଚ୍ଚି ନନ୍ଦନ ନାୟକ, କାର୍ଯ୍ୟକାରୀ ସଭାପତି..ଶ୍ରୀ ସୀତାକାନ୍ତ ମହାପାତ୍ର,କୋଷାଧକ୍ଷ...ଶ୍ରୀ ମନୋରଞ୍ଜନ ବରାଳ, ସହ କୋଷାଧକ୍ଷ..ଶ୍ରୀ ପୁରୁଷୋତ୍ତମ ମୁଦୁଲି ଉପଦେଷ୍ଟା...ଶ୍ରୀ ସତୀଶ କୁମାର ରାୟ ,ଶ୍ରୀ ପଙ୍କଜ ଲୋଚନ ପ୍ରଧାନ, ଶ୍ରୀ ଗୋପବନ୍ଧୁ ନାୟକ, ଶ୍ରୀ ଗୋକୁଳାନନ୍ଦ ସାହୁ, ଶ୍ରୀ ଆଲୋକ ପୃଷ୍ଟି, ଶ୍ରୀ ସାନନ୍ଦ ରଣସିଂହ ଉପସଭାପତି...ଶ୍ରୀ ଭାଗୀରଥୀ ସାହୁ, ଶ୍ରୀ ବୈକୁଣ୍ଠନାଥ ସାହୁ, ଶ୍ରୀ କାଳନ୍ଦି ଚରଣ ପାଣିଗ୍ରାହୀ ଯୁଗ୍ମସଂପାଦକ..ଶ୍ରୀ ଲୋକନାଥ ସ୍ୱାଇଁ, ଶ୍ରୀ ସଚିତ୍ର କୁମାର ସାହୁ କାର୍ଯ୍ୟକାରୀ ସଦସ୍ୟ... ଶ୍ରୀ ଡମ୍ବୁରୁଧର ସାହୁ, ଶ୍ରୀ ସତ୍ୟବ୍ରତ କୁଅଁର, ଶ୍ରୀ ସଞ୍ଜୟ ମହାରଣା, ଶ୍ରୀ କ୍ଷେତ୍ରବାସୀ ବେହେରା, ଶ୍ରୀ ସୁରେନ୍ଦ୍ର ବଳ, ଶ୍ରୀ ସଦାନନ୍ଦ ସାହୁ, ଶ୍ରୀ ରଘୁନାଥ ସାହୁ, ଶ୍ରୀ ସୁବାସ ଚନ୍ଦ୍ର ବାରିକ, ଶ୍ରୀ ସୁଦର୍ଶନ ନାୟକ, ଶ୍ରୀ ଅଂଶୁମାନ ମଲ୍ଲିକ, ଶ୍ରୀ ମହମ୍ମଦ ମୁକ୍ତାର,ଶ୍ରୀ ରଶ୍ମୀ ରଞ୍ଜନ ମହାପାତ୍ର,ଶ୍ରୀ ସଚି କାନ୍ତ ସ୍ୱାଇଁ, ଶ୍ରୀ ନିବାସ ଜେନା, ଶ୍ରୀ ଲକ୍ଷ୍ମୀଧର ଜେନା, ବଲରାମ ସାହୁ, ତ୍ରିନାଥ ସାହୁ ,ପ୍ରଭାସ ଚନ୍ଦ୍ର ଜେନା, ବିଦ୍ୟାଧର ସାହୁ, ମିଟୁ ସ୍ଵାଇଁ।

powered by social2s