ବାଲେଶ୍ୱର : ବାଲେଶ୍ବର ଶିଳ୍ପାଞ୍ଚଳ ଏସବିଆଇ ଶାଖା ନିକଟରେ ଜଳିଗଲା ଚୂନ ଓ ରଙ୍ଗ ଗୋଦାମ। ଅଗ୍ନିକାଣ୍ଡରେ ଜଣେ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଗତକାଲି ରାତିରେ ଦୁଇ ଜଣ କର୍ମଚାରୀ ଗୋଡାମରେ ଥିବା ବେଳେ ଘଟିଥିଲା ଏହି ଅଘଟଣ। ଜଣେ ଆହତ ଅବସ୍ଥାରେ ବାହାରକୁ ଚାଲିଆସିଥିବା ବେଳେ ଅନ୍ୟ ଜଣେ ପ୍ରାଣ ହରାଇଥିଲେ। ୩ଟି ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।
powered by social2s

