ଚିରାମାରୁରେ ବିଶ୍ୱ ପରିବେଶ ଦିବସ ପାଳିତ, ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ବାଙ୍କୀ: ବିଶ୍ୱ ପରିବେଶ ଦିବସ ଅବସରରେ କଟକ ଜିଲ୍ଲାର ବାଙ୍କୀ ବ୍ଲକ ଅନ୍ତର୍ଗତ ଚିରାମାରୁ ଗ୍ରାମରେ ଏକ ଔଷଧୀୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଔଷଧୀୟ ଉଦ୍ଭିଦ ରୋପଣ ମାଧ୍ୟମରେ ପରିବେଶ ସୁରକ୍ଷା, ଜୈବ ବିବିଧତାର ସଂରକ୍ଷଣ ଏବଂ ଜନସ୍ୱାସ୍ଥ୍ୟର ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ ୱାର୍ଡ ସଦସ୍ୟ ଶ୍ରୀ ଚେମା ବଢ଼େଇ ଏବଂ ନର୍ସରୀ କୋଅର୍ଡିନେଟର ଶ୍ରୀ ଅକ୍ଷୟ କୁମାର ସାମଲ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ସ୍ଥାନୀୟ ଲୋକମାନଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ରୋପିତ ଚାରାର ଯତ୍ନ ନେବା ପାଇଁ ଆହ୍ୱାନ କରାଯାଇଥିଲା। ଔଷଧୀୟ ବୃକ୍ଷର ଚାରା ରୋପଣ ପାଇଁ ସହଯୋଗ ଯୋଗାଇଥିବା ବୈତରଣୀ ଇନିସିଏଟିଭ୍ (Baitarani Initiative) ଏବଂ ଡାବର ଇଣ୍ଡିଆ ଲିମିଟେଡ୍ (Dabur India Limited)ଙ୍କୁ ୱାର୍ଡ ସଦସ୍ୟ ଶ୍ରୀ ଚେମା ବଢ଼େଇ ଧନ୍ୟବାଦ ଜଣାଇଥିଲେ।

powered by social2s