ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ସାରସ୍ୱତ ସ୍ରଷ୍ଟା ଜଗନ୍ନାଥ ପ୍ରସାଦ ଦାସଙ୍କ ଶୋକସଭା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ : ଓଡ଼ିଶାର ପ୍ରାଚୀନ ସାରସ୍ୱତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ତଥା ଅନୁଷ୍ଠାନର ବରେଣ୍ୟ ସଭ୍ୟ ଡକ୍ଟର ଜଗନ୍ନାଥ ପ୍ରସାଦ ଦାସଙ୍କ ଶୋକସଭା ଶନିବାର ସଂଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଶୋକସଭାରେ ଡକ୍ଟର ଦାସଙ୍କ ବହୁମୁଖୀ ପ୍ରତିଭା ଓ କର୍ମମୟ ଜୀବନର ବିଭିନ୍ନ ଦିଗ ଉପରେ ସ୍ମୃତିଚାରଣ କରାଯାଇଥିଲା । ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀ ଶୋକ ପ୍ରସ୍ତାବ ଆଗତ କରିଥିବା ବେଳେ ପ୍ରାରମ୍ଭିକ ସୂଚନା ଦେଇଥିଲେ କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ । ଅନ୍ୟମାନଙ୍କ ମଧ୍ୟରେ ଶୈଳଜ ରବି, ଡକ୍ଟର ନଟବର ଶତପଥୀ, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଅମରେଶ ପଟ୍ଟନାୟକ, ରାଜକିଶୋର ଦାଶ, ଡାକ୍ତର ସୁଦର୍ଶନ ପଟ୍ଟନାୟକ, ଶ୍ୟାମ ସୁନ୍ଦର ସାହୁ, ଉମାଶଙ୍କର ମିଶ୍ର, ପ୍ରଦୀପ ଦାସ, ରବି ନାରାୟଣ ମହାରଣା, ଡକ୍ଟର ସୁନାମଣି ରାଉତ, ଅମିୟ ରଂଜନ ମହପାତ୍ର, ଅରବିନ୍ଦ ରାଉତରାୟ, ଡକ୍ଟର ଜ୍ଞାନଗୁରୁ ଦାସ, ଆଦିତ୍ୟ ପ୍ରତାପ ଧଳ, ଡକ୍ଟର ସୁରଞ୍ଜନ ଲେଙ୍କା, ବ୍ରହ୍ମାନନ୍ଦ ବିଶ୍ୱାଳ, ଶଶିକାନ୍ତ ରାଉତ, ବ୍ରହ୍ମାନନ୍ଦ ମହାନ୍ତି, ଶିବାଶିଷ କର, ମନୋରଂଜନ ବେହୁରା, ରାଧାଶ୍ୟାମ ରାଉଳ, ସଫଳା ଦାସ, ଗଣେଶ୍ୱର ସ୍ୱାଇଁ, ଲକ୍ଷ୍ମୀ ପ୍ରସାଦ ଅଚାର୍ଯ୍ୟ, ବ୍ରଜବନ୍ଧୁ ପୃଷ୍ଟି, ସୁରେନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରେମଚାନ୍ଦ ମହାନ୍ତି, ବିଶ୍ୱଜିତ ପାଣି, ପ୍ରଶାନ୍ତ କୁମାର ନାୟକ, ଚକ୍ରଧର ନାୟକ ବିହାରୀ ବିଶ୍ୱାଳ, ଶେଖର କର୍ମକାର, ରଞ୍ଜନ କମାର ଲେଙ୍କା, ଶୁଭଲକ୍ଷ୍ମୀ ସାହୁ, ଲକ୍ଷ୍ମୀଛଡ଼ା, ଅକ୍ଷୟ କୁମାର ପରିଜା, ଅମୂଲ୍ୟ କୁମାର ନାୟକ ଓ ଉପସ୍ଥିତ ଛାତ୍ରଛାତ୍ରୀ ଜେପିଙ୍କୁ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ ।

powered by social2s