"ମୋ ପରିବାର" ପକ୍ଷରୁ ବିଶ୍ଵ ମହାସାଗର ଦିବସ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଜଟଣୀ: (ଶୁଭେନ୍ଦ୍ର ଶତପଥୀ) ମୋ ପରିବାର ସଦାସର୍ବଦା ନିଆରା ଚିନ୍ତା ଓ ନିଆରା ପ୍ରୟାସ କରିଚାଲିଛି l ମଣିଷ ସମେତ ପୃଥିବୀରେ ବାସ କରୁଥିବା ପ୍ରତ୍ୟେକ ଜୀବଙ୍କର ଜୀବନ ଯାପନର ଆଧାର ହୋଇଥାଏ ମହାସାଗର ଏହି ବିସ୍ତୀର୍ଣ୍ଣ ଜଳଭାଗ ପ୍ରଦୂଷଣର କବଳରୁ ମୁକ୍ତ ହୋଇନାହିଁ l ଏଠାକାର ପ୍ରଦୂଷଣ କେବଳ ଜଳଜୀବଙ୍କୁ ନୁହେଁ ମଣିଷ ଜୀବନକୁ ମଧ୍ଯ ପ୍ରଭାବିତ କରୁଛି l ସମୁଦ୍ରରେ ପ୍ଲାଷ୍ଟିକ୍,ରାସାୟନିକ ପଦାର୍ଥ,ଶିଳ୍ପ ଆବର୍ଜନା ଏବଂ ତେଲ ପରି କ୍ଷତିକାରକ ପଦାର୍ଥ ଛାଡ଼ିବା ସାମୁଦ୍ରିକ ପ୍ରଦୂଷଣର ମୁଖ୍ୟ କାରଣ ହୋଇଥାଏ l ବେଳାଭୂମୀରେ ବୁଲିବା ସମୟରେ ଲୋକେ ଫିଙ୍ଗିଦେଉଥିବା ପଳିଥିନ୍,ପ୍ଲାଷ୍ଟିକ ବୋତଲ ଆଦି ସମୁଦ୍ରରେ ପହଞ୍ଚି ଭାସମାନ ଅଳିଆ ଆବର୍ଜନା ସୃଷ୍ଟି କରେ l ଜଳ ହିଁ ଜୀବନ,ଜଳ ବିନା ଜିଇଁବା ଅସମ୍ଭବ ।ତେଣୁ ମଣିଷ ଉତ୍ତର ପିଢ଼ୀଙ୍କ ପାଇଁ ନିଜ ସଭ୍ୟତା ସୁରକ୍ଷିତ ରଖିବାକୁ ଚାହିଁଲେ ମହାସାଗର ପ୍ରତି ଯତ୍ନଶୀଳ ହେବା ନିହାତି ଜରୁରୀ ଓ ପ୍ରଦୂଷଣ ମୁକ୍ତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି "ମୋ ପରିବାର"ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ମା"ଉତ୍ତରାୟଣୀ ପରିସରରେ ଆଜି ବିଶ୍ଵ ମହାସାଗର ଦିବସ ପାଳନ ଉତ୍ସବରେ "ମୋ ପରିବାର"ର ସଦସ୍ୟ ଓ ସଦସ୍ୟା ମାନଙ୍କୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ "ମୋ ପରିବାର"ର ମମତା ଦ୍ଵିବେଦୀ,ଦୀପା ନାୟକ,ଭାରତୀ ସିଂହ, ସିପୁନ ପାଇକରାୟ,ସଦସ୍ୟମାନେ ଉପସ୍ଥିତ ଥିବା "ମୋ ପରିବାର"ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି l

powered by social2s