ଭୁବନେଶ୍ୱର (ଲୋପାମୁଦ୍ରା ପ୍ରଧାନ): ପଶ୍ଚିମବଙ୍ଗର ଦୀଘାଠାରେ ନିର୍ମିତ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ବାଦ୍ ଦିଆଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନୁରୋଧ କ୍ରମେ ପଶ୍ଚିମବଙ୍ଗ ସରକାର ଏହି ପଦକ୍ଷେପ ନେଇଛନ୍ତି। ସନାତନ ସଂସ୍କୃତି ଅନୁଯାୟୀ, ‘ଧାମ’ ଶବ୍ଦଟି କେବଳ ପୁରୀ ଶ୍ରୀକ୍ଷେତ୍ର ପାଇଁ ସ୍ୱତନ୍ତ୍ର ଏବଂ ଏହାର ମର୍ଯ୍ୟାଦା ଅଲଗା, ତେଣୁ ଦୀଘା ମନ୍ଦିରରୁ ଏହି ଶବ୍ଦ ହଟାଇବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅନୁରୋଧ କରିଥିଲେ । ଏହି ପ୍ରସଙ୍ଗରେ ଓଡ଼ିଶାର ସାଂସଦ ସମ୍ବିତ ପାତ୍ର ପଶ୍ଚିମବଙ୍ଗ ଗସ୍ତ କରି ସରକାରୀ ସ୍ତରରେ ଆଲୋଚନା କରିଥିଲେ । ବର୍ତ୍ତମାନ ଏହି ସ୍ଥାନଟି କେବଳ ‘ଶ୍ରୀ ଜଗନ୍ନାଥ ମନ୍ଦିର’ ଭାବେ ପରିଚିତ ହେବ ଏବଂ ଏଠାରେ ପୂଜାବିଧି ପୁରୀର ରୀତିନୀତି ଅନୁସାରେ ପାଳନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
powered by social2s

