କଟକ: କଟକ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ମାହାଙ୍ଗା ବିକାଶ ପରିଷଦ ଆନୁକୂଲ୍ୟରେ ଖ୍ୟାତନାମା ସାହିତ୍ୟସ୍ରଷ୍ଟା କବି ନନ୍ଦକିଶୋର ସାମଲଙ୍କ ଜୟନ୍ତୀ ସମାରୋହ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବରେ ମଞ୍ଚମଣ୍ଡନ କରିଥିଲେ ମୁଖ୍ୟ ଅତିଥି ମାନ୍ୟବର ମାହଙ୍ଗା ବିଧାୟକ ଶ୍ରୀଯୁକ୍ତ ଶାରଦା ପ୍ରସାଦ ପ୍ରଧାନ,ମୁଖ୍ୟ ବକ୍ତା ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ମହେଶ୍ୱର ମହାନ୍ତି,ସମ୍ମାନନୀୟ ବକ୍ତା ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଡକ୍ଟର ବିଜୟଲକ୍ଷ୍ମୀ ଦାଶ, ସଭାମୁଖ୍ୟ ତଥା ସଭା ପରିଚାଳନା କରିଥିଲେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ରାଜୀବ କୁମାର ଷଡ଼ଙ୍ଗୀ, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଅକ୍ଷୟ ଷଡ଼ଙ୍ଗୀ, ମାହାଙ୍ଗା ବିକାଶ ପରିଷଦର ସଂଯୋଜକ ଡକ୍ଟର ଅଶୋକ କୁମାର ରାଉତ, କର୍ପୋରେଟର ଗଗନ କୁମାର ଓଝା, ପନ୍ନଗ ଭୂଷଣ ଦାସ, ସୁଶୀଲ କୁମାର ସ୍ୱାଇଁ ଏବଂ ସାହିତ୍ୟିକ ତଥା ବହୁ ବୁଦ୍ଧିଜିବୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବାବେଳେ ସର୍ବ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସ୍ୱର୍ଗତ ନନ୍ଦକିଶୋର ସାମଲଙ୍କ ପୁତ୍ର ସୁକୁମାର ସାମଲ।
କବି ନନ୍ଦ କିଶୋର ସାମଲଙ୍କ ରାଜ୍ୟସ୍ତରୀୟ ୧୦୧ତମ ଜୟନ୍ତୀ ସମାରୋହ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

