ଭୁବନେଶ୍ୱର : କେନ୍ଦୁଝରରେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଭାତ ମଲ୍ଲିକ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି। ବନ୍ଧୁକ ମୁନରେ ୮ ଲକ୍ଷ ଲୁଟ ଘଟଣାରେ ସମ୍ପୃକ୍ତି ଥିଲା। ମହୁଲଡିହା ଜଙ୍ଗଲରେ ଟଙ୍କା ପୋତି ଦେଇଥିଲା ପ୍ରଭାତ। ଲୁଟ ଟଙ୍କା ଉଦ୍ଧାର ବେଳେ ପୋଲିସକୁ ଗୁଳି କରିଥିଲା ପ୍ରଭାତ। ପୋଲିସର ପାଲଟା ଗୁଳି ପ୍ରଭାତର ଡାହାଣ ଗୋଡ଼ରେ ବାଜିଥିଲା ଗୁଳି। ଗୁରୁତର ପ୍ରଭାତ ମଲ୍ଲିକ ଧରଣୀଧର ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା। ପ୍ରଭାତ ନାଁରେ ଅଛି ୪୦ରୁ ଅଧିକ ମାମଲା।
powered by social2s

