କଟକ: କଟକ ଏସସିବି ମେଡିକାଲରେ କୋରନା ରୋଗୀଙ୍କ ପାଇଁ ଆଉ ୧୦୦ ବେଡ଼ ବଢାଯିବ। ଏଥିରୁ ୪୧ ଟି ଆଇସିୟୁ ବେଡ୍ ମଧ୍ୟ ରହିବ ବୋଲି ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ।
କୋଭିଡ ସମ୍ପର୍କିତ ସଚେତନତା ଓ ସୂଚନା ଦେଇ ସେ ଏହା କହିଛନ୍ତି।
ସେ କହିଛନ୍ତି ଯେ, କରୋନା ରୋଗୀଙ୍କ ପାଇଁ ଏସସିବିକୁ ମିଶାଇ କଟକରେ ଏବେ ୧୨୦୦ ସାଧାରଣ ବେଡ଼ ଓ ୩୦୦ ଆଇସିୟୁ ବେଡ୍ ରହିଛି। ତେବେ ଖୁବ ଶୀଘ୍ର ଆଉ ୧୦୦ ବେଡ଼ ବଢାଯିବ।
କୋଭିଡ ସଂପର୍କିତ ସୂଚନା ଦେଇ ସିଏମସି କମିଶନର କହିଛନ୍ତି, ଏବେ କଟକ ସହରରେ ୩୬୮୫ ଆକ୍ଟିଭ କେସ୍ ରହିଛି।
ଏମାନଙ୍କ ମଧ୍ୟରୁ ୮୮% ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି।
କୋଭିଡ କେୟାର ସେଣ୍ଟରରେ ୪୦ରୁ ୫୦% ଶଯ୍ୟା ଭର୍ତ୍ତି ଅଛି।
ସେଥିରୁ ୧୦ % ରୋଗୀଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରଣ କରିବାକୁ ପଡୁଛି।
ଘରେ ରହି ଚିକିତ୍ସିତ ହୁଅନ୍ତୁ।
ତେବେ ଲକ୍ଷଣ ଥାଇ ଆଣ୍ଟିଜେନ୍ ଟେଷ୍ଟ ନେଗେଟିଭ୍ ରିପୋର୍ଟ ଆସିଲେ ମଧ୍ୟ ଆମ ଫୋନ ନମ୍ବର ୧୮୦୦ ୩୪୫୮୨୮୯ରେ ସମ୍ପର୍କିତ କରନ୍ତୁ ବୋଲି କମିଶନର ଅନନ୍ୟା ଦାସ କହିଛନ୍ତି।
କଟକ ଏସସିବି ରେ ବଢିବ ଆଉ ୧୦୦ କୋଭିଡ ଶଯ୍ୟା: ସିଏମସି କମିଶନର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

