ଭୁବନେଶ୍ୱର: ରାଜ୍ୟର କୋଭିଡ଼ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡିଶା ଖୁଦ୍ର ଶିଳ୍ପ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ଲକ୍ଷ୍ୟ ଟଙ୍କା ଦାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ ବୋର୍ଡ଼ର ଅଧକ୍ଷ ଶ୍ରୀ ଚିନ୍ମୟ କୁମାର ସାହୁ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ୍ତ କୁମାର ସାହାଣୀଙ୍କ ଠାରୁ ଏହି ରାଶିର ଚେକ ଗ୍ରହଣ କରିଛନ୍ତି।
ଚେକ ପ୍ରଦାନ ସମୟରେ ନିଗମର ଅଧ୍ୟକ୍ଷ ଶ୍ରୀ ସାହୁ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଦୂରଦର୍ଶୀ କୋଭିଡ ପରିଚାଳନା ଯୋଗୁ ଓଡ଼ିଶାର କୋଭିଡ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କୋଭିଡ ପରିଚାଳନା କ୍ଷେତ୍ରରେ ଓଡିଶା ଅନେକ ରାଜ୍ୟଠାରୁ ଭଲ ସ୍ଥିତିରେ ଅଛି। ଜନ ସାଧାରଣଙ୍କ ସହଯୋଗରେ ରାଜ୍ୟ ଅଧିକ ସଫଳତା ହାସଲ କରିବ।
ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଖୁଦ୍ର ଶିଳ୍ପ ନିଗମ କତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇବା ସହ ନିଜ ଦପ୍ତର ତଥା ବ୍ୟକ୍ତିଗତ ସ୍ତରରେ କୋରନା ନିୟମ ଅନୁପାଳନ ଓ ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଓଡିଶା ଖୁଦ୍ର ଶିଳ୍ପ ନିଗମ ତରଫରୁ ୧୦ ଲକ୍ଷ ଟଙ୍କା ଦାନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

