ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ପୁରୀ : ସ୍ନାନଯାତ୍ରା ପାଇଁ ପୁରୀରେ ଟ୍ରାଫିକ କଟକଣା ଜାରି କରାଯାଇଛି। ଟ୍ରାଫିକ କଟକଣା ନେଇ ପୁରୀ ଏସ୍‌ପି ପ୍ରତୀକ ସିଂ କହିଲେ ଯେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ସ୍ନାନଯାତ୍ରା ଦିନ କେବଳ ସିଂହଦ୍ବାର ଦେଇ ପ୍ରବେଶ କରିବାକୁ ଦିଆଯିବ ଅନୁମତି। ସିସିଟିଭି ନଜରରେ ରହିବ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ। ଶ୍ରୀମନ୍ଦିର ଭିତରେ ୫୨ ଓ ବାହାରେ ରହିବ ୨୫୦ଟି ସିସିଟିଭି କ୍ୟାମେରା। ଜଗନ୍ନାଥ ବଲ୍ଲଭରେ ହେବ ପ୍ରଥମ ପାର୍କିଂ। ଜଗନ୍ନାଥ ବଲ୍ଲଭ ପରେ ଜେଲ ରୋଡ୍ ପାର୍କିଂକୁ ବ୍ୟବହାର କରାଯିବ। ଜେଲ ରୋଡ୍ ପାର୍କିଂ ଫୁଲ୍‌ ହେଲେ ଶରଧା ବାଲିରେ ଅସ୍ଥାୟୀ ପାର୍କିଂ ବ୍ୟବସ୍ଥା କରାଯିବ।

powered by social2s