ଭୁବନେଶ୍ୱର : ଇସ୍କନ ରଥଯାତ୍ରା ପାଇଁ ଭୁବନେଶ୍ୱରରେ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ୍। ରଥଯାତ୍ରା ଦିନ ଅପରାହ୍ଣ ୩ଟାରୁ ଯାତ୍ରା ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା। ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ସିଆରପି ଛକ ଆଡ଼େ ଆସିବା ମନା। ୟୁନିଟ୍ ୮ ଡିଏଭି ସ୍କୁଲ୍ ଠାରୁ ସିଆରପି ଛକ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ। ସିଆରପି ଛକଠାରୁ ଇସ୍କନ୍ ମନ୍ଦିର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିବ। ରଥଯାତ୍ରା ଭଳି ବାହୁଡ଼ା ଯାତ୍ରାରେ ମଧ୍ୟ ସମାନ ସ୍ଥାନରେ କଟକଣା ଲାଗୁ ହେବ। ରଥ ଅତିକ୍ରମ କରିବା ପର୍ଯ୍ୟନ୍ତ ପୋଲିସ୍ର କଟକଣା ଜାରି ରହିବ। ସୁନାବେଶ ଦିନ ସନ୍ଧ୍ୟା ୫ଟାରୁ ଦର୍ଶନ ଶେଷ ପର୍ଯ୍ୟନ୍ତ ରହିବ କଟକଣା। ସିଆରପି ଛକଠାରୁ ଇସ୍କନ୍ ମନ୍ଦିର ପର୍ଯ୍ୟନ୍ତ ବନ୍ଦ ରହିବ ଗାଡ଼ି ଚଳାଚଳ। ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହାନ ପାଇଁ କଟକଣା ଲାଗୁ ହେବ ନାହିଁ।
powered by social2s

