ପୁରୀ : ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଲୋକରଣ୍ୟ ହୋଇଛି ପୁରୀ ବଡ଼ଦାଣ୍ଡ। ଲଗାଣ ବର୍ଷା ସତ୍ୱେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି। ନବଦିନାତ୍ମକ ଯାତ୍ରାରେ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ। ଭକ୍ତିମୟ ପରିବେଶ ମଧ୍ୟରେ ସିଂହଦ୍ୱାର ଆଗରେ ବିରାଜମାନ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ।
ସକାଳ ୯ଟାରେ ହେବ ରଥ ପ୍ରତିଷ୍ଠା। ସାଢ଼େ ୯ରୁ ସାଢ଼େ ୧୨ଟା ମଧ୍ୟରେ ହେବ ପହଣ୍ଡି। ୨ଟାରୁ ୩ଟା ଭିତରେ ହେବ ଛେରା ପହଁରା।
ଅପରାହ୍ନ ୪ଟାରୁ ହେବ ରଥ ଟଣା।
powered by social2s

