ଅଲ୍ ଓଡିଶା ମିନି ଟ୍ରକ ମାଲିକ ମହାସଂଘ ପକ୍ଷରୁ ରଥଯାତ୍ରାରେ ଅନ୍ନପ୍ରସାଦ ସେବା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

​ଭୁବନେଶ୍ୱର : ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଅଲ୍ ଓଡିଶା ମିନି ଟ୍ରକ ମାଲିକ ମହାସଂଘ ଆନୁକୁଲ୍ୟରେ ଏକ ଭବ୍ୟ ନିଃଶୁଳ୍କ ଅନ୍ନପ୍ରସାଦ ଓ ଜନସେବା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶ୍ରୀକ୍ଷେତ୍ରକୁ ଆସିଥିବା ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହାପ୍ରସାଦ ବଣ୍ଟନ କରାଯିବା ସହ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା। ​ଏହି ସେବା କାର୍ଯ୍ୟରେ ମହାସଂଘର ସଭାପତି ବଳରାମ ମହାପାତ୍ର, ସମ୍ପାଦକ ରଣଜିତ୍ ମିଶ୍ର, କାର୍ଯ୍ୟକାରୀ ସଭାପତି ବିରଞ୍ଚି ସାହୁ, ଉପ-ସଭାପତି ଉମେଶ ସାହୁ ଓ କେଶବ ସାହୁ, ସହ-ସମ୍ପାଦକ ରାଜୀବ ପରିଡ଼ା ଏବଂ କୋଷାଧ୍ୟକ୍ଷ ରାକେଶ ସିନ୍ନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ​ଏହାସହିତ ସମ୍ବଲପୁର ଜିଲ୍ଲା ସଭାପତି ଗଣେଶ ସାହୁ, ବାଲେଶ୍ୱର ଶାଖା ସଭାପତି ହୀରେନ୍ଦ୍ର ନାୟକ, ସମ୍ପାଦକ ଅଜୟ ଓଝା ଏବଂ ପୁରୀ ରଥଯାତ୍ରା କାର୍ଯ୍ୟକ୍ରମର ଅଧ୍ୟକ୍ଷ ସୁରେଶ ସାହୁଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଓ ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ। ଚଳିତ ବର୍ଷ ରଥଯାତ୍ରା ସମୟରେ ପ୍ରବଳ ବର୍ଷା ହୋଇଥିଲେ ସୁଦ୍ଧା, ସମସ୍ତ ସଦସ୍ୟଙ୍କ ନିଷ୍ଠାପର ଉଦ୍ୟମ ଓ ସହଯୋଗ ଯୋଗୁଁ ସେବା କାର୍ଯ୍ୟଟି ଅତ୍ୟନ୍ତ ସୂଚାରୁ ରୂପେ ସମ୍ପାଦିତ ହୋଇପାରିଛି। ମହାସଂଘର ଏଭଳି ଜନହିତକର କାର୍ଯ୍ୟକୁ ସେବା ପାଇଥିବା ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ବେଶ୍ ପ୍ରଶଂସା କରିଛନ୍ତି।

powered by social2s