ବାଂଗାଲୋର ‘ଆହଦ ସେରେନିଟି' ରେ ପ୍ରବାସୀମାନଂକ ଦ୍ବାରା ରଥଯାତ୍ରା ପାଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଚଳିତ ବର୍ଷ ବେଙ୍ଗାଲୁରୁ ସ୍ଥିତ ଆହଦ ସେରେନିଟିରେ ସ୍ଥାନୀୟ ଓଡିଆ ଜଗନ୍ନାଥ ସଂସ୍କୃତି କମିଟି ପକ୍ଷରୁ ଭକ୍ତିମୟ ପରିବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି l ଭାରତର ବିଭିନ୍ନ ପ୍ରାନ୍ତରୁ ଆସି ସେରେନିଟି ଭିତରେ ରହୁଥିବା ବିଭିନ୍ନ ଭାଷାଭାଷୀର ଲୋକ ବହୁ ସଂଖ୍ୟକ ଯୁବକ ଯୁବତୀ ବୟୋଜ୍ୟେଷ୍ଠ ବ୍ୟକ୍ତିବୃନ୍ଦ ଓ କୁନି କୁନି ପିଲାମାନେ ଏହି ପବିତ୍ର ଘୋଷଯାତ୍ରା ପର୍ବରେ ଉତ୍ସାହର ସହ ଯୋଗ ଦାନ କରି ଉତ୍ସବକୁ ସଫଳ କରିଥିଲେ। ଭକ୍ତମାନଙ୍କର “ଜୟ ଜଗନ୍ନାଥ” ଧ୍ୱନି ପରିବେଶକୁ ମୁଖରିତ କରିଥିବା ବେଳେ, ଭଜନ, କୀର୍ତ୍ତନ ଓ ଘଣ୍ଟ ଘଣ୍ଟାର ନାଦରେ ବିହ୍ୱଳ ଭକ୍ତଗଣରଥ ଟାଣିବାରେ ଆନନ୍ଦର ସହ ସାମିଲ ହୋଇଥିଲେ। ରଙ୍ଗିନ ସାଜସଜ୍ଜା, ପାରମ୍ପରିକ ପୋଷାକ ଏବଂ ଆଧ୍ୟାତ୍ମିକ ପରିବେଶ ସମଗ୍ର କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା। ଉତ୍ସବରେ ବିଭିନ୍ନ ରାଜ୍ୟର ଲୋକମାନେ ଅଂଶଗ୍ରହଣ କରି ଭାରତର “ବିବିଧତାରେ ଏକତା”ର ଅପୂର୍ବ ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମହାପ୍ରସାଦ ବଣ୍ଟନ କରାଯାଇଥିଲା। ସମସ୍ତଙ୍କ ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ଏହି ରଥଯାତ୍ରା ଅତ୍ୟନ୍ତ ସୁସଂଗଠିତ, ଶାନ୍ତିପୂର୍ଣ୍ଣ ଓ ସ୍ମରଣୀୟ ହୋଇ ପାରିଥିଲା ।

powered by social2s