ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି–୨୦୨୬’ର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା । ରଥଯାତ୍ରାର ମାହାତ୍ମ୍ୟକୁ ଆଧାର କରି ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ଗୁଣ୍ଡିଚା ଯାତ୍ରା ଅବସରରେ ଆୟୋଜିତ ଏହି ସଙ୍ଗୀତ ସନ୍ଧ୍ୟା ବିଶ୍ୱର ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା, ବିଶ୍ୱାସ ଓ ଭକ୍ତିଭାବକୁ ସଙ୍ଗୀତ ମାଧ୍ୟମରେ ଜୀବନ୍ତ କରିଥିଲା । ଭକ୍ତିମୟ ପରିବେଶ ଓ ଆଧ୍ୟାତ୍ମିକ ଆବେଗରେ ପୂର୍ଣ୍ଣ ଏହି ସନ୍ଧ୍ୟା ଉପସ୍ଥିତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଦ୍ୱିତୀୟ ସଂଧ୍ୟାର ପ୍ରଥମ ଗାୟିକା ଥିଲେ ଆଶାଲତା ଷଡଙ୍ଗୀ ସେ ପରିବେଷଣ କରିଥିଲେ ଉପେନ୍ଦ୍ର ଭଞ୍ଜଙ୍କ ରଚିତ ମାନ ଉଦ୍ଧାରଣ କର ହେ କାରଣ ଓ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ରଚିତ ମଣିମା ସୁଣିମା ହେଉ । ପରେ ପରେ ପ୍ରଫୁଲ୍ଲ ଚରଣ ବେହେରା ସାରିଆ ଭୀକଙ୍କ ରଚିତ ଥକା ମନ ଚାଲ ଯିବା ଓ ସାଲବେଗଙ୍କ ରଚିତ ମିଛ ମାୟାକୁ ବାନ୍ଧିଛୁ ଶୂନ୍ୟ ବେଳା ଗାୟନ କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ଶ୍ରୀ କୃଷ୍ଣଙ୍କ ବଂଶୀ ଧ୍ଵନୀ ଓ ଏହି କଥାରେ ମୋ ମନ ଯାହାକୁ ଗାୟନ କରିଥିଲେ ହରପ୍ରିୟା ସ୍ଵାଇଁ । ତା ପରେ ବିଶ୍ଵନାଥ ମିଶ୍ର ପରିବେଷଣ କରିଥିଲେ ବନମାଳୀଙ୍କ ରଚିତ ମଣିମା ହେ ଏତିକି ମାଗୁଣି ଓ ଦୀନକୃଷ୍ଣ ଦାସଙ୍କ ଦ୍ୱାରା ରଚିତ ଜଗବନ୍ଧୁ ପରି ଜଣେ ସାମନ୍ତ । ପରେ ପରେ ମନ୍ଦାକିନୀ ଶ୍ରେୟାଙ୍କ ପ୍ରସ୍ତୁତିରେ ଥିଲା ପ୍ରଭୁ କି ସୁନ୍ଦର ଦିଶ ଓ ଆହେ ନୀଳାଦ୍ରି ବିହାରି । ପରବର୍ତ୍ତୀ ଗାୟକ ଥିଲେ ଶରତ ବାରିକ ସେ ପ୍ରଥମେ ବୀରକିଶୋରଙ୍କ ରଚିତ ପତିତପାବନ ବାନା ଓ ପରେ ପରେ ଗୌରଚରଣ ଅଧିକାରୀଙ୍କ ରଚିତ ରାଧେ ଗୋବିନ୍ଦ ଭଜ ଗାୟନ କରିଥିଲେ । ପରବର୍ତ୍ତୀ ସଙ୍ଗୀତଟି ଥିଲା ଦୀନକୃଷ୍ଣ ଦାସଙ୍କ ରଚିତ ଜୟ ଜୟ ଜଗନ୍ନାଥ ନିଳଗିରି ପତି ଓ ସାଲବେଗଙ୍କ ରଚିତ ଏକ ତ ଭକତ ଜୀବନକୁ ପରିବେଷଣ କରିଥିଲେ ଲିପ୍ସା ମହାପାତ୍ର । ପରେ ପରେ ଶିବ ଶଙ୍କର ଷଡଙ୍ଗୀ ଗାୟନ କରିଥିଲେ ଗୋପାଳକୃଷ୍ଣଙ୍କ ରଚିତ ଜଗବନ୍ଧୁ ଦୟାଳୁ ଓ ଆହେ ପ୍ରଭୁ ପଙ୍କଜ ଆଖୀ । ଦ୍ୱିତୀୟ ସନ୍ଧ୍ୟାର ଅନ୍ତିମ ପରିବେଷଣରେ ଥିଲା ଶଶ୍ମିତା ଗୁରୁଙ୍କ ଦ୍ୱାରା ବନମାଳୀଙ୍କ ରଚିତ ଜଗନ୍ନାଥ ହୋ କିଛି ମାଗୁନାହିଁ ଓ ଦୀନବନ୍ଧୁ ଏହି ଅଳି ଶ୍ରୀଛାମୁରେ । ସେମାନଙ୍କୁ ତବଲାରେ ଅଜୟ କୁମାର ଚୌଧୁରୀ, ଢୋଲକରେ ଅବନିକାନ୍ତ ଦାସ, ବଂଶୀରେ ରତିକାନ୍ତ ଗୋଛାୟତ, ଅକ୍ଟୋପ୍ୟାଡ଼ରେ ବସନ୍ତ କୁମାର ତିହାଡି, କିବୋର୍ଡ଼ରେ ରମେଶ ଚନ୍ଦ୍ର ବେହେରା ଏବଂ ହାରମୋନିୟମରେ ମୁରଲୀଧର ସ୍ଵାଇଁ ସହଯୋଗ କରିଥିଲେ । ଦ୍ୱିତୀୟ ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଡକ୍ଟର ଶ୍ୟାମାମଣି ଦେବୀ (ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତା); ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ସିକତା ଦାସ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦେବଯାନୀ ଭୂୟାଁ ଓ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ମନ୍ତ୍ରୀ । କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡ଼କ୍ଟର ବିଜୟ ମଲ୍ଲ ଓ ଶ୍ରୀ ମୋହନ ମାଜିଠିଆ ।
ଭକ୍ତି ଓ ଆଧ୍ୟାତ୍ମିକତାରେ ଭରପୂର ‘ଗୁହାରି–୨୦୨୬’ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକଙ୍କୁ କଲା ବିଭୋର
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

