ଭୁବନେଶ୍ୱର: ଯୁବପୀଢ଼ିର ଅନ୍ୟତମ ଚର୍ଚ୍ଚିତ କବି ତଥା କଥାକାର ନିହାର ରଞ୍ଜନ ପରିଡ଼ା ପୁଣିଥରେ ସାହିତ୍ୟ ମୁହାଁ ହେଇଛନ୍ତି । ତାଙ୍କର ବହୁଚର୍ଚ୍ଚିତ ଓଡ଼ିଆ ଉପନ୍ୟାସ ‘ରେନ୍କୋଟ୍’ (Raincoat) ର ତୃତୀୟ ସଂସ୍କରଣ ଏବଂ ନୂତନ ଓଡ଼ିଆ କବିତା ସଂକଳନ ‘ଦୁର୍ଗ ବାହାରେ ଫଗୁଣ’ ନିକଟରେ ପ୍ରକାଶ ପାଇଛି। ପେଷାରେ ଜଣେ ବରିଷ୍ଠ ଯୋଗାଯୋଗ ବିଶେଷଜ୍ଞ ଭାବେ ଓଡ଼ିଶା ସରକାରଙ୍କ ସମେତ ଓ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ସହ କାର୍ଯ୍ୟ କରୁଥିବା ଶ୍ରୀ ପରିଡ଼ା, ନିଜର ବ୍ୟସ୍ତବହୁଳ ଜୀବନ ଭିତରେ ବି ସାହିତ୍ୟ ସାଧନା ଜାରି ରଖିଛନ୍ତି। ୨୦୨୦ରେ ପ୍ରଥମ କରି ପ୍ରକାଶିତ ହୋଇଥିବା ଉପନ୍ୟାସ ‘ରେନ୍କୋଟ୍’ ପାଠକଙ୍କ ଦ୍ୱାରା ଖୁବ୍ ଆଦୃତି ଲାଭ କରିଥିଲା। କ୍ରମାଗତ ଭାବେ ଏହାର ଦ୍ୱିତୀୟ ସଂସ୍କରଣ ପରେ ତୃତୀୟ ସଂସ୍କରଣ ପ୍ରକାଶ ପାଇବା ଏହି ଉପନ୍ୟାସର ପାଠକାଦୃତି କୁ ଦର୍ଶାଉଛି। ସେହିପରି ତାଙ୍କର ନୂଆ କବିତା ବହି ‘ଦୁର୍ଗ ବାହାରେ ଫଗୁଣ’ ମାଧ୍ୟମରେ ସେ ଦୀର୍ଘ ଦିନ ପରେ ପୁଣି କବିତାକୁ ଫେରିଛନ୍ତି। ଦୁର୍ଗ ବାହାରେ ଫଗୁଣ ହେଉଛି ତାଙ୍କ ଅତୀତର ଅନେକ ଦୀର୍ଘଶ୍ୱାସର ଶବ୍ଦଲିପି ବୋଲି ସେ ମତ ରଖିଛନ୍ତି । ପ୍ରେମ ଓ ସମ୍ପର୍କକୁ ନେଇ କିଛି ଚିନ୍ତାକୂଳ ବ୍ୟସ୍ତତା ଓ ଦାର୍ଶନିକତାରୁ ହିଁ ସୃଷ୍ଟି ହୋଇଛି ଦୁର୍ଗ ବାହାରେ ଫଗୁଣର ସମସ୍ତ କବିତା । ଏହା ପୂର୍ବରୁ ତାଙ୍କର କବିତା ସଂକଳନ ‘ବ୍ଲାକ୍ କଫି’, ‘ଅନ୍ଧାରର କୋଲାଜ’ ଏବଂ ଇଂରାଜୀ ଉପନ୍ୟାସ ‘ଦି ଲାଷ୍ଟ ସନ୍ସେଟ୍ ଆଟ୍ ନେକ୍ଲେସ୍ ରୋଡ୍’ ପାଠକୀୟ ଆଦୃତି ଲାଭ କରିସାରିଛି। ‘ଶାନ୍ତିସେନା ପ୍ରକାଶନ’ ଦ୍ୱାରା ପ୍ରକାଶିତ ଏହି ଦୁଇଟି ଯାକ ପୁସ୍ତକ ପାଠକଙ୍କ ମନକୁ ଛୁଇଁବ ଏବଂ ବେଶ୍ ସଫଳତା ପାଇବ ବୋଲି ଆଶା ରଖାଯାଇଛି।
ନିହାର ରଞ୍ଜନ ପରିଡ଼ାଙ୍କ ଲୋକପ୍ରିୟ ଉପନ୍ୟାସ ରେନକୋଟ୍ ର ତୃତୀୟ ସଂସ୍କରଣ ସହ ତାଙ୍କର ସଦ୍ୟତମ କବିତା ସଙ୍କଳନ ଦୁର୍ଗ ବାହାରେ ଫଗୁଣ ପଠକାର୍ପିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

