ଭୁବନେଶ୍ୱର : ବନ୍ୟା କାମରେ ଅଗ୍ନିଶମ ବିଭାଗର ୬୦ଟି ଟିମ୍ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରରେ ମୁତୟନ ହୋଇଛନ୍ତି। ଏହି ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଷଡ଼ଙ୍ଗୀ କହିବା ଅନୁଯାୟୀ, ଏଯାଏଁ ୨୧୨ ଜଣଙ୍କୁ ଉଦ୍ଧାର କରାଯାଇଛି। ମେଡିକାଲ, ବ୍ଲକ ଭଳି ୪୫ଟି ସ୍ଥାନରୁ ପାଣି ନିଷ୍କାସନ କରାଯାଇଛି। ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି, ତାଙ୍କ ଘର ତାଳଚେରରେ ହୋଇଥିବା ସୂଚନା।
powered by social2s

