ଭୁବନେଶ୍ୱର : ଓଡ଼ିଶା ଗୃହ ବିଭାଗ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଙ୍କ ଅନୁମୋଦନ କ୍ରମେ ଚଳିତ ମାସ ର ଦୁଇଦିନ ଧରି ଜାଗମରା ସ୍ଥିତ ବିବେକାନନ୍ଦ କେନ୍ଦ୍ର ପ୍ରେକ୍ଷାଳୟରେ ନିଖିଳ ଓଡିଶା ସରକାରୀ ହୋମିଓପ୍ୟାଥୀ ସେବାସଙ୍ଘ ର ସାଧାରଣ ପରିଷଦ ବୈଠକ ଓ କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି I ସଙ୍ଗ ର ସଭାପତି ଡା ସଂଗ୍ରାମ ସ୍ୱାଇଁ ସାଧାରଣ ପରିଷଦ ବୈଠକରେ ସଭାପତିତ୍ବ କରିଥିଲେ I ସଂଘର ପାଖାପାଖି ୨୦୦ ଜଣ ସଦସ୍ୟ ଏଥିରେ ଅଂଶ ଗ୍ରହଣ କରିଥିଲେ I ପୂର୍ବ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ନିର୍ବାଚନ ଅନୁଷ୍ଠିତ ହୋଇଥୁଲା I ସଂଘର ଦୁଇଜଣ ବରିଷ୍ଟ ସଭ୍ୟ ଡା ଜୀବନ ପଟ୍ଟନାୟକ ଓ ଡା ରାଜ କିଶୋର ସାହୁ ନିର୍ବାଚନ ଅଧିକାରୀ ଭାବରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ I ନିର୍ବାଚନ ଅଧିକାରୀ ନବ ନିର୍ବାଚିତ କର୍ମକର୍ତ୍ତା ଓ କାର୍ଯ୍ୟକାରିଣୀ ସଭ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ I ନବ ନିର୍ବାଚିତ କର୍ମକର୍ତ୍ତା ଙ୍କ ମଧ୍ୟରେ, ଡା କୈବଲ୍ୟ ରଥ - ସଭାପତି, ଡା ସାର୍ଥକ ଦାଶ ଓ ଡା ସୁନୀଲ ଶତପଥି - ଉପସଭାପତି, ଡା ତ୍ରିନାଥ ପୂର୍ତ୍ତି - ସାଧାରଣ ସମ୍ପାଦକ, ଡା ଦୁର୍ଗାମାଧବ ସାହୁ - ସାଙ୍ଗଠନିକ ସମ୍ପାଦକ, ଡା ତ୍ରିଲୋକାନନ୍ଦ ଦାସ - କୋଷାଧକ୍ଷ ଓ ଡା କିରଣ କୁମାର ପଣ୍ଡା - ହିସାବ ନିରୀକ୍ଷକ ଭାବରେ ନିର୍ବାଚିତ ହୋଇଥୁବାବେଳେ ଡା. ଗିରିଶ ମଲ୍ଲିକ, ଡା ମଳୟ ତାଣ୍ଡି, ଡା ଫଜଲ ଅଖତରୀ, ଡା ମଧୁଛନ୍ଦା ମହାରଣା, ଡା ତୁଷାର ସେଠୀ, ଡା ବିକାଶ ସୂରିନ, ଡା ଅମ୍ବିକା ପ୍ରସାଦ ମିଶ୍ର, ଡା ଜ୍ଞାନ ରଞ୍ଜନ ଦାସ ଓ ଡା ହେମନ୍ତ କୁମାର ବେହେରା କାର୍ଯ୍ୟକାରିଣୀ ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ I ଏଥିସହିତ ରାଜ୍ୟର ୧୫ଟି ଜିଲ୍ଲା ହୋମିଓପ୍ୟାଥୀ ଚିକିତ୍ସାଧିକାରୀଙ୍କ ଅଞ୍ଚଳ ରୁ ୧୫ ଜଣ ଆଞ୍ଚଳିକ ପ୍ରତିନିଧି ନିର୍ବାଚିତ ହୋଇଥିଲେ I ନବ ନିର୍ବାଚିତ ସଂଘ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହି ସଂଘ ର ଉନ୍ନତି ସହିତ ରାଜ୍ୟରେ ହୋମିଓପ୍ୟାଥୀ ଚିକିତ୍ସାର ପ୍ରଚାର ଓ ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗୀକୃତ ହେବା ନିମନ୍ତେ ଆହ୍ୱାନ ଦେବା ସହିତ ସମସ୍ତଙ୍କର ସହଯୋଗ କାମନା କରିଥିଲେ I ପୂର୍ବତନ ସାଧାରଣ ସମ୍ପାଦକ ଡା ପୁଷ୍ପକ ଦୀକ୍ଷିତ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I
ନିଖିଳ ଓଡିଶା ସରକାରୀ ହୋମିଓପ୍ୟାଥୀ ସେବା ସଂଘ ର ଦ୍ବି ବାର୍ଷିକ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

