ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗଞ୍ଜାମ ଗସ୍ତ ପାଇଁ ଟ୍ରାଫିକ୍ ମାର୍ଗଦର୍ଶିକା ଜାରି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଆସନ୍ତା ୪ ଓ ୫ରେ ଓଡ଼ିଶାର ଗଞ୍ଜାମ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ଲାଗି ଟ୍ରାଫିକ୍ ଆଡଭାଇଜରି ଜାରି କରାଯାଇଛି। ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରେ ନିର୍ଦ୍ଦିଷ୍ଟ ସମୟ ପାଇଁ ରହିବ କଟକଣା। ଭାରୀ, ହାଲୁକା ଓ ଦୁଇଚକିଆ ଯାନ ଚଳାଚଳ ଉପରେ ଲାଗିଛି କଟକଣା। ୪ ତାରିଖ ସକାଳେ ରାଷ୍ଟ୍ରପତି ବ୍ରହ୍ମପୁର ଷ୍ଟେସନରେ ପହଞ୍ଚିବେ। କାର୍‌ରେ ତପ୍ତପାଣି ଯାଇ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବେ। ୪ରେ ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିବେ ଓ ୫ ତାରିଖରେ ସ୍ୱତନ୍ତ୍ର ଟ୍ରେନ୍‌ରେ ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି।

powered by social2s