ଭୁବନେଶ୍ୱର : ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ଅବସରରେ ଓଡ଼ିଶାର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ବୋଲ୍ବମ୍ ଧ୍ୱନିରେ କମ୍ପୁଛି ଢେଙ୍କାନାଳ ରେ ଥିବା କପିଳାସ ଶୈବପୀଠ ଏବଂ ସକାଳୁ ଶ୍ରଦ୍ଧାଳୁମାନେ ଜଳଲାଗି କରି ବାବାଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି। କଟକ ଜିଲ୍ଲା ଆଠଗଡ଼ରେ ଥିବା ଢବଳେଶ୍ୱର ମନ୍ଦିରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ ପ୍ଲାଟୁନ ପୋଲିସ ଫୋର୍ସ ଓ ୫୦ରୁ ଅଧିକ ଅଧିକାରୀ ମୁତୟନ କରାଯାଇଛନ୍ତି। ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ନଦୀ ଘାଟ ଦେଇ ପାର ହେବାକୁ ବାରଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ନିଷେଧାଦେଶ ଜାରି କରାଯାଇଛି। ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଉଣା ବଣ୍ଟାକୁ ନେଇ ବ୍ରାହ୍ମଣ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତକାଲି ସନ୍ଧ୍ୟାରୁ ନୀତିକାନ୍ତି ପ୍ରଭାବିତ ହୋଇଛି । ତେବେ ବିନା ପୂଜାରେ ଜଲଲାଗି କରିଛନ୍ତି ଶ୍ରଦ୍ଧାଳୁ।
ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଚଳଚଞ୍ଚଳ ଓଡ଼ିଶାର ବିଭିନ୍ନ ଶୈବପୀଠ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

