କଟକ : କଟକ ଜିଲ୍ଲା ବାଆଁରା ଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିଭାଷଣରେ କହିଛନ୍ତି ଯେ, ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଭାରତୀୟ ମୂଲ୍ୟବୋଧ ଓ ସନାତନ ଆଦର୍ଶ ଉପରେ ପ୍ରତିଷ୍ଠିତ। ପରମପୂଜ୍ୟ ପରମହଂସ ଶ୍ରୀ ଜଗଦ୍ଗୁରୁ କୃପାଳୁ ଜୀ ମହାରାଜଙ୍କ ଦିବ୍ୟ ସ୍ମୃତିରେ ଗଠିତ ଏହି ମହାନ୍ ଅନୁଷ୍ଠାନ, ଆଧୁନିକ ବିଜ୍ଞାନ ଓ ବୈଷୟିକ ପ୍ରଗତି ସହିତ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ସଂସ୍କୃତିର ଏକ ଅପୂର୍ବ ସମନ୍ୱୟ ପ୍ରତିଷ୍ଠା କରିବାକୁ ଯାଉଛି । ଏହି ବିଶ୍ୱବିଦ୍ୟାଳୟ କୃତ୍ରିମ ବୁଦ୍ଧିମତ୍ତା, ସାଇବର ସୁରକ୍ଷା, କମ୍ପ୍ୟୁଟର ସାଇନ୍ସ, ମ୍ୟାନେଜ୍ମେଣ୍ଟ ଏବଂ ସ୍ୱାସ୍ଥ୍ୟ ବିଜ୍ଞାନ ଭଳି ଆଧୁନିକ ଯୁଗୋପଯୋଗୀ ପାଠ୍ୟକ୍ରମ ସହିତ 'ମାଇଣ୍ଡ ମ୍ୟାନେଜମେଣ୍ଟ', ମାନବିକ ମୂଲ୍ୟବୋଧ ଏବଂ ଯୋଗ ବିଜ୍ଞାନ ପାଇଁ ଉତ୍କର୍ଷ କେନ୍ଦ୍ର ମାଧ୍ୟମରେ ବିଦ୍ୟାର୍ଥୀଙ୍କ ମାନସିକ ଶାନ୍ତି, ଚରିତ୍ର ଗଠନ ଓ ଅନ୍ତର୍ନିହିତ ସାମର୍ଥ୍ୟର ବିକାଶ କରିବ । ଏହା ବ୍ୟତୀତ 'ଜଗଦ୍ଗୁରୁ କୃପାଳୁ କ୍ଲିନିକ୍', 'ଯୋଗ ଓ ପ୍ରାକୃତିକ ଚିକିତ୍ସାଳୟ' ଏବଂ ଗ୍ରାମୀଣ ଯୁବକ-ଯୁବତୀ ଓ ମହିଳାମାନଙ୍କ ପାଇଁ ବୃତ୍ତିଗତ କୌଶଳ ତାଲିମ କାର୍ଯ୍ୟକ୍ରମ ଦ୍ୱାରା ଏହା ସାମାଜିକ ଦାୟିତ୍ୱବୋଧର ଶ୍ରେଷ୍ଠ ଦୃଷ୍ଟାନ୍ତ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତିଙ୍କ ଦ୍ୱାରା ଜଗଦ୍ଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦ୍ଘାଟିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

