ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ଓଡ଼ିଶା ପୋଲିସର ୧୭ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ଓଡ଼ିଶା ପୋଲିସର ୧୭ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାହସିକତା ପାଇଁ ୪ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଡି ଏସ ପି ଅତୁଲ କୃଷ୍ଣ ଦାସ, ଏ ଏସ ଆଇ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଥିବା ବେଳେ କନଷ୍ଟେବଳ ଘନଶ୍ୟାମ ସାହୁ ଓ ଥବିର ମାଝୀ ପାଇଛନ୍ତି ରାଷ୍ଟ୍ରପତି ପଦକ। ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ବିଶିଷ୍ଟ ସେବା ପାଇଁ ଏଡିଜି ପ୍ରତୀକ ମହାନ୍ତି ପାଇଲେ ରାଷ୍ଟ୍ରପତି ପଦକ। ଡିସିପି ପ୍ରଫୁଲ୍ଲ କୁମାର ସିଂହଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଉତ୍କୃଷ୍ଟ ସେବା ପାଇଁ ୧୧ ଜଣଙ୍କୁ ମେଡାଲ ପ୍ରଦାନ କରାଯାଇଛି।

powered by social2s