ଭୁବନେଶ୍ୱର : ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ହୋଇଥିବା ଅନଲାଇନ ଚାଳକ ଏବଂ ପୋଲିସ ମୁହାଁମୁହିଁ ଘଟଣାରେ ୧୧୩ ଆକ୍ରମଣକାରୀଙ୍କୁ ଗିରଫ କଲା ଖାରବେଳନଗର ପୋଲିସ। ୧୧୫, ୧୨୬, ୧୦୯ ପରି ସଙ୍ଗୀନ ବି ଏନ ଏସ ଧାରାରେ ଗିରଫ ପବ୍ଲିକ ପ୍ରପର୍ଟି ନଷ୍ଟ, ହିଂସା, ଆକ୍ରମଣ ପାଇଁ ଧାରା ଲଗାଯାଇଛି। ୩ଟି ଫେଜରେ ଗିରଫଦାରୀ ଓ ୩୫୪ ଗାଡ଼ି ଜବତ କରାଯାଇଛି। ଭଲ ବ୍ୟବହାର ପାଇଁ ୬୦ ଜଣଙ୍କୁ ଛାଡ଼ିଲା ପୋଲିସ। ଗତକାଲି ମହାତ୍ମା ଗାନ୍ଧୀ ମାର୍ଗରେ ଜୋରଦାର ପ୍ରତିବାଦ କରିଥିଲେ ଅନଲାଇନ୍ ଚାଳକ ମିଳିତ ମଞ୍ଚ ସଦସ୍ୟ । ପ୍ରାପ୍ୟ ବୃଦ୍ଧି ଓ ସାମାଜିକ ସୁରକ୍ଷା ଦାବିରେ ଆନ୍ଦୋଳନ କରୁଛନ୍ତି ଓଲା, ଉବେର ଓ ରାପିଡୋ ଡ୍ରାଇଭର। ପ୍ରତିବାଦ ସମୟରେ ପୋଲିସ ଓ ଆମ ବସ ଉପରକୁ ପଥର ମାଡ଼ ହୋଇଥିଲା। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।
powered by social2s

