ଭୁବନେଶ୍ୱର: ଓଡ଼ିଶାରେ ଚଳିତ ବର୍ଷ ମୌସୁମୀ ବର୍ଷା ୧୦୦୦ ମି.ମି. ଅତିକ୍ରମ କରିସାରିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରୁ ଅଗଷ୍ଟ ୧୯ ତାରିଖ ମଧ୍ୟରେ ରାଜ୍ୟରେ ୧୦୦୬. ୫ ମି.ମି. ବର୍ଷା ରେକର୍ଡ ହୋଇଛି। ଏହି ସମୟରେ ସ୍ୱାଭାବିକ ବର୍ଷା ୭୮୬. ୫ ମି.ମି. ହୋଇଥିବା ବେଳେ ଏବର୍ଷ ୨୨୦ ମି.ମି. ଅଧିକ ବର୍ଷା ରେକର୍ଡ କରାଯାଇଛି। ଅଧିକ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଉଛି। ତଳିଆ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
powered by social2s

