ଜଟଣୀ(ଶୁଭେନ୍ଦ୍ର ଶତପଥୀ) : ଜଟଣୀ ପୌର ପାଳିକା ପକ୍ଷରୁ ସୋମବାର ଅଗ୍ରୱାଲ ଧର୍ମଶାଳାରେ ଓଡିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା କିଭଳି ସୁରୁଖୁରୁରେ ପାଳିତ ହେବ ତାକୁ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜନ ହୋଇଯାଇଛି l ପୌର ନିର୍ବାହୀ ଅଧିକାରୀ ଆକୃତୀ ଗୋଏଙ୍କା ପ୍ରାରମ୍ଭିକ ସୂଚନା ଦେଇଥିଲେ l ପ୍ରତି ବର୍ଷ ଭଳି ପୂଜା ମଣ୍ଡପକୁ ପୌରପାଳିକା ପକ୍ଷରୁ ଆବଶ୍ୟକକୀୟ ସୁବିଧା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ l ପୌରାଧ୍ୟକ୍ଷ ଅନନ୍ତ ବେହେରା ବୈଠକରେ ଅଧ୍ୟକ୍ଷତା କରିଥିଲେ l ବିଭିନ୍ନ ପୂଜା ମଣ୍ଡପ ଏବଂ ବଜାରର ବିଭିନ୍ନ ସମସ୍ୟା ଉପରେ କମିଟି କାର୍ଯ୍ୟ କର୍ତ୍ତାମାନେ ଆଲୋକପାତ କରିଥିଲେ lହରିଭାଇନା ଛକ ପୂଜା ମଣ୍ଡପ ଉପରେ ଯାଇଥିବା କେବୁଲ ସୁରକ୍ଷା,ରାସ୍ତା ମଝିରେ ଭାଙ୍ଗି ଯାଇଥିବା ବ୍ୟରିକେଡ ମରାମତି,ଡ୍ରେନ୍ ଉପରେ ସ୍ଲାବ ପକାଇବା ଏବଂ ରାତିରେ ନାଇଜର ଠାରୁ ହାରିଭାଇନା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାକୁ ମୁକ୍ତ ରଖିବାକୁ ପୂଜା କମିଟିର ସଭାପତି ଏବଂ ସଂପାଦକ ଅନୁରୋଧ କରିଥିଲେ l ବୈଠକରେ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତା,କାଉନସିଲର ବିଷ୍ଣୁ ସାହୁ,ଶଶାଙ୍କ ରୟ,ସାଂସଦଙ୍କ ପ୍ରତିନିଧି ସତୀଶ ଶର୍ମା,ବିଦ୍ୟୁତ୍,ପାନୀୟ ଜଳ,ପୂର୍ତ୍ତ,ଅବକାରୀ, ଅଗ୍ନିଶମ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ଥାନୀୟ ଅଧିକାରୀ, ପୌରା ଉପାଧ୍ୟକ୍ଷା ଆରତୀ ରାଉତ,ଭସାଣି କମିଟି ସଭାପତି ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ ଆଲୋଚନା ରେ ଭାଗ ନେଇଥିଲେ l ସେପଟେ ଭସାଣି ସମୟରେ ମୁଖ୍ୟ ରାସ୍ତା ଉପରେ ମଞ୍ଚ ବାନ୍ଧି ଅଯଥା ଭିଡ଼ କରୁଥିବା ଅନୁଷ୍ଠାନ ଗୁଡିକ ଉପରେ ରୋକ ଲଗାଇବାକୁ ପୂଜା କମିଟି ସଦସ୍ୟ ମାନେ ଦାବି କରିଛନ୍ତି l ଥାନାଧିକାରୀ ଷ୍ଟାଲିନ ବିଶ୍ୱାଳ ଆଲୋଚନାରେ ଭାଗ ନେଇଥିଲେ l ବରିଷ୍ଟ ପୌର କର୍ମଚାରୀ ସତ୍ୟବ୍ରତ ତ୍ରୀପାଠୀ ଏବଂ ସମସ୍ତ ପୌର କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
ପୌର ପାଳିକା ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

