ବନ୍ୟା ବିପନ୍ନଙ୍କ ପାଖରେ ଅକିକ ୱେଲଫେୟାର ଫାଉଣ୍ଡେଶନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଖୋର୍ଦ୍ଧା:(ଶୁଭେନ୍ଦ୍ର ଶତପଥୀ)ଖୋର୍ଦ୍ଧା ଜିଲା ସରଧାପୁର ଗ୍ରାମର ଅକିକ୍ ୱେଲଫେୟାର ଫାଉଣ୍ଡେଶନର ଅଧ୍ୟକ୍ଷ ମହମ୍ମଦ ରଫିକ ନେତୃତ୍ଵରେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଦୀର୍ଘଦିନ ଧରି ବନ୍ୟା ପାଣି ଘେରରେ ରହି ଦୁର୍ଦ୍ଦଶା ଭୋଗୁଥିବା ବିପନ୍ନ ପରିବାରଙ୍କ ନିକଟରେ ଫାଉଣ୍ଡେଶନର ଏକ ଟିମ୍ ପହଞ୍ଚି ରିଲିଫ ସାମଗ୍ରୀ ସହ ଆବଶ୍ୟକ ଔଷଧ ଓ ପାନୀୟ ଜଳ ବଣ୍ଟନ କରିଛନ୍ତି। ୧୦୦ ପ୍ୟାକେଟ ରାସନ ସାମଗ୍ରୀ ଓ ୫୦୦ ବୋତଲ ବିସ୍ଲେରୀ ପାଣି ବଣ୍ଟନ କରାଯାଇଥିଲା।ସେମାନଙ୍କ ଦୁଃଖ,ଅସୁବିଧା,ବୁଝିବା ସହ ମାନସିକ ସାହସ ଦେଇଥିଲେ। ବନ୍ୟା ବିପର୍ଯ୍ୟୟ ସମୟରେ ଖାଦ୍ୟ ଓ ପାଣି ଭଳି ମୌଳିକ ଆବଶ୍ୟକତା ସହ ଔଷଧର ମଧ୍ୟ ଆବଶ୍ୟକତା ରହିଥିବାରୁ ଫାଉଣ୍ଡେଶନ ପକ୍ଷରୁ ଆବଶ୍ୟକ ମେଡିସିନ ମଧ୍ୟ ଯୋଗାଇ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଭିନ୍ନ ଅଞ୍ଚଳର ଯୁବକ ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ବେଣାପାଞ୍ଜରୀରୁ ମହମ୍ମଦ ଫଜଲୁର ରହମାନ,ଜାଫର ଖାଁ ଓ ଅମଜାତ (ଫାର୍ମାସିଷ୍ଟ) ମକୁନ୍ଦପ୍ରସାଦରୁ ଶେଖ ଅବରାରଉଦ୍ଦିନ ଅହମଦ,ଅବଦୁଲ କରିମ୍ , ତରତୁଆରୁ ମହମ୍ମଦ ଇରଫାନ,ମହମ୍ମଦ ମୁନସୀ ୱାହୀଦ,ସହିଦ, ସରଧାପୁରରୁ ମହମ୍ମଦ ସଇଫୁର,ରଥିପୁର ଗ୍ରାମରୁ ମହମ୍ମଦ ସବିର, ସାଲେପୁର ମୌଲାନା ମୋତିଉଲ୍ଲା ରିଲିଫ ବଣ୍ଟନରେ ସହଯୋଗ କରିଥିଲେ।ବନ୍ୟା ବିପର୍ଯ୍ୟୟରେ ଅନେକ ଲୋକ ନିଜ ଘରଦ୍ୱାର,ଜୀବିକା ଓ ଦୈନନ୍ଦିନ ଜୀବନରୁ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ,ସେମାନଙ୍କ ପାଖରେ ପହଞ୍ଚି ରିଲିଫ ବଣ୍ଟନ କରିବା ସହ ଦୁଃଖରେ ସାଥୀ ହୋଇଥିବାରୁ ଅକିକ ୱେଲଫେୟାର ଫାଉଣ୍ଡେଶନ ର ଏହି ପ୍ରୟାସକୁ ଅଞ୍ଚଳବାସୀ ପ୍ରଶଂସା କରିବା ସହ ଫାଉଣ୍ଡେଶନ ର ଅଧ୍ୟକ୍ଷ ମହମ୍ମଦ ରଫିକଙ୍କ ପ୍ରୟାସକୁ ସ୍ୱେଚ୍ଛାସେବୀ ଏବଂ ସ୍ଥାନୀୟ ଲୋକେ ସାଧୁବାଦ ଜଣାଇଛନ୍ତି।

powered by social2s